କଟକ ସଦର ଛାତ୍ର ବିଜେଡ଼ି ପକ୍ଷରୁ କଲେଜ ସ୍ତରରେ ଛାତ୍ର ଆନ୍ଦୋଳନ 

କଟକ ସଦର, ୨୫/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟରେ ଯୁବତୀ ମାନଙ୍କ ଉପରେ ଅସଦାଚରଣ, ଦୁଷ୍କର୍ମ, ଅପହରଣ, ହତ୍ୟା ଘଟଣା ଦିନକୁ ଦିନ ଅହେତୁକ ବୃଦ୍ଧି ପାଇଵା ସହିତ ଆଇନଶୃଙ୍ଖଳା ସମ୍ପୁର୍ଣ୍ଣ ଭୁଷୁଡି ପଡିଛି।

ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସମସ୍ତ କଲେଜ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ କୁଶପୁତ୍ତଳିକା ଦାହ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ପରିପ୍ରେକ୍ଷୀରେ ଆଜି ବୁଧବାର ଦିନ କଟକ ସଦର ଛାତ୍ର ବିଜେଡ଼ି ପକ୍ଷରୁ କଟକ ସଦର ଛାତ୍ର ବିଜେଡ଼ି  ସଭାପତି ଇଂ ସତ୍ୟସିଦ୍ଧାନ୍ତ ଦାଶ ଙ୍କ ନେତୃତ୍ଵରେ କନ୍ଦରପୁର, କିଶନନଗର ଓ ନେମାଳ କଲେଜ ନିକଟରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ   କାର୍ଯ୍ୟକ୍ରମ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *