ନେମାଳ, ୨୫/୦୬/୨୦୨୫(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନସ୍ଥ ପାଳଦା ପଂଚାୟତ ତଥା ପାଳଦା ଗ୍ରାମର ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ପ୍ରସନ୍ନ କୁମାର ମହାନ୍ତିଙ୍କ ପରଲୋକ ଘଟିଛି । ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱର ଠାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ସ୍ୱର୍ଗତ ମହାନ୍ତି ଫୁଲବାଣୀ ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କର ବିଭିନ୍ନ ଶାଖା ରେ ପରିଚାଳକ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଳାପି, ଅମାୟିକ ଲୋକ ଥିଲେ ।
ଗତ କିଛି ବର୍ଷ ହେଲା ସେ କର୍କଟ ରୋଗରେ ପିଡ଼ିତ ହୋଇ ଚିକିତ୍ସାଧିନ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ, ପୁତ୍ର ଓ ବୋହୁ ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ ।
ତାଙ୍କ ମର ଶରୀରକୁ ଜନ୍ମସ୍ଥାନ ପାଳଦା ଗ୍ରାମକୁ ଅଣାଯାଇ ଆଜି ବୁଧବାର ସକାଳେ ଗାଁ ସ୍ୱଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ବଡ଼ ଭାଇ ଡ଼ ପ୍ରମୋଦ କିଶୋର ମହାନ୍ତି, ସାନ ଭାଇ ପବିତ୍ର ଓ ପ୍ରବୋଧ ଙ୍କ ଉପସ୍ଥିତିରେ ପୁତ୍ର ପ୍ରିତମ୍ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।
