ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ଖୋରଧା ୧୧/୦୭/୨୦୨୬ (ଓଡ଼ିଶା ସମାଚାର)- ଖୋରଧା ରୋଟାରୀ କ୍ଲବ ଦ୍ୱାରା ନିଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ବରିଷ୍ଠ ନାଗରିକ ମଞ୍ଚ ସଭାଗୃହରେ ଆୟୋଜିତ ହୋଇଥିଲା  ।  ଅପଥଲୋଜିଷ୍ଟ ଦେବବ୍ରତ ଶ୍ରୀଚନ୍ଦନ ୩୪ ଜଣ ବରିଷ୍ଠ ନାଗରିକଙ୍କ ଚକ୍ଷୁ  ପରୀକ୍ଷା କରିଥିଲେ ଏବଂ ରୋଟାରୀ କ୍ଲବ ତରଫରୁ ଚଷମା ପ୍ରଦାନ କରାଯାଇଥିଲା ।

ଉଭୟ ଅନୁଷ୍ଠାନର ଉପଦେଷ୍ଟା ଦେବ ପ୍ରସାଦ ମଜୁମଦାର ଶିବିରକୁ ଉଦଘାଟନ କରି ପ୍ରକାଶ କରିଥିଲେ କି ରୋଟାରୀ କ୍ଲବ  ଭୁବନେଶ୍ୱରସ୍ଥିତ ହସ୍ପିଟାଲରେ ନିଶୁଳ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର ଆୟୋଜନ କରୁଛି ଏବଂ ଆଗ୍ରହୀ ବ୍ୟକ୍ତି ଏଥି ପାଇଁ ଖୋରଧା ରୋଟାରୀ କ୍ଲବ ସହିତ ଯୋଗାଯୋଗ କରନ୍ତୁ । ଚକ୍ଷୁ ଦାନ ଏକ ମହତ କାର୍ଯ୍ୟ । ମୃତ୍ୟୁ ପରେ ଚକ୍ଷୁ ଦାନ କଲେ ମୃତ ବ୍ୟକ୍ତି ତାଙ୍କ ଚକ୍ଷୁ ମାଧ୍ୟମରେ ଅନ୍ୟ ଜଣଙ୍କୁ ବିଶ୍ୱ ଦେଖାଇଥାନ୍ତି ଏବଂ ନିଜେ ଆଉ କିଛି ବର୍ଷ ବଞ୍ଚି ରହିଥାନ୍ତି ।

ଚକ୍ଷୁ ଦାନ ପାଇଁ ଖୋରଧା ରୋଟାରୀ କ୍ଲବ ଓ ବରିଷ୍ଠ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ଆସନ୍ତା ମାସରେ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ । ଫଳ ସ୍ୱରୂପ ଶହ ଶହ ସଂଖ୍ୟାରେ ଦୃଷ୍ଟି ଶକ୍ତିରୁ ବଞ୍ଚିତ ବ୍ୟକ୍ତି ଉପକୃତ ହୁଅନ୍ତେ llମଞ୍ଚର ଉପସଭାପତି ରତ୍ନାକର ରଣସିଂହ, ସମ୍ପାଦକ ରାମଶଙ୍କର, ଯୁଗ୍ମ ସମ୍ପାଦକ ସନ୍ତୋଷ କୁମାର ଦାସ ଖୋରଧା ରୋଟାରୀ କ୍ଲବର ସଭାପତି ସଞ୍ଜୟ ବର୍ମନ, ସମ୍ପାଦିକା ଶୁଚିସ୍ମିତା ପରିଜା, ଖୋରଧା ପୌର ପରିଷଦ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ରୋଟାରୀ କ୍ଲବର ବରିଷ୍ଠ ସଦସ୍ୟା ନିରୁପମା ମିତ୍ର ଏବଂ ମଞ୍ଚର କର୍ମକର୍ତ୍ତା ଶିବିରରେ ଯୋଗ ଦେଇଥିଲେ ।

ମଞ୍ଚର ସହ ସମ୍ପାଦକ କ୍ଷେତ୍ରବାସୀ ସାହୁ, ନବୀନ ସମାନ୍ତସିଂହାର, ଗଦାଧର ଗୋଛିଙ୍କ ସହିତ ରତିକାନ୍ତ ପଟ୍ଟନାୟକ, ମାୟାଧର ପ୍ରଧାନ, ରମେଶ ଚନ୍ଦ୍ର ଦାଶ ପ୍ରମୁଖ ଶୃଙ୍ଖଳିତ ଭାବେ ଶିବିର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *