ଜୁଲାଇ ୯ରେ ଶ୍ରମିକ ସଂଗଠନର ଧର୍ମଘଟ

କେନ୍ଦ୍ରାପଡ଼ା,୨୫/୦୬/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକ ମିଳିତ ଭାବରେ ଚଳିତମାସ ୨୦ତାରିଖରେ ଧର୍ମଘଟ କରିବାକୁ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଅନିବାର୍ଯ୍ୟ କାରଣ ବସତଃ ଏହି ଧର୍ମଘଟକୁ ଆସନ୍ତା ଜୁଲାଇମାସ ୯ତାରିଖକୁ ଘୁଂଚାଇ ଦିଆଯାଇଛି । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡିକର ଏକ ମିଳିତ ବୈଠକରେ ଏପରି ନିଷ୍ପତି ଗ୍ରହଣ କରାଯାଇଛି ।

ଶ୍ରମିକ, ଚାଷୀ ଓ ସାଧାରଣ ଜନତାଙ୍କ ବିଭିନ୍ନ ଦାବିକୁ ନେଇ ଏହି ଧର୍ମଘଟ କରାଯିବ । ଏନେଇ କେନ୍ଦ୍ରାପଡାର ଆଇ.ଏନ.ଟି.ୟୁ.ସି.ର ଜିଲା ସଭାପତି ମୁକ୍ତାର ଖାଁଙ୍କ ସଭାପତିତ୍ୱରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସ୍ୱାଧୀନ ଫେଡେରେସନର ମିଳିତ ଆନୁକୂଲ୍ୟରେ ଏକ ପ୍ରସ୍ତୁତି ବୈଠକ ଖଡିଅଙ୍ଗସ୍ଥିତ ସିଟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଏଆଇଟିୟୁସିର ବାବାଜୀ ଧଳ, ରମଣୀରଞ୍ଜନ ରାଉତରାୟ, ବିକାଶ ଦାସ, ସିଆଇଟିୟୁର ଜଗତଜୀବନ ଦାଶ,ନିରାକାର, ଆଇଏନଟିୟୁସିର ଫକୀର ଚରଣ ଖଟୁଆ, ଏଆଇୟୁଟିୟୁସିର ଏଲୀନା ସାମନ୍ତରାୟ, ଏଆଇସିସିଟିୟୁର ବସନ୍ତ ମଲ୍ଲିକ, ଏଚଏମଏସର ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Leave a Reply

Your email address will not be published. Required fields are marked *