ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ଘଟଣାରେ ୫ବର୍ଷ ଜେଲ

ଯାଜପୁର, ୨୮/୦୬/୨୦୨୫(ଓଡ଼ିଶା ସମାଚାର)- ବହୁ ଚର୍ଚ୍ଚିତ ଆତଙ୍କବାଦୀ ଲିଙ୍କ ଘଟଣାରେ ଇଶାନ ବୁଖାରୀକୁ ୫ ବର୍ଷ ଜେଲ ଦଣ୍ଡା ଦେଶ ଦେଲେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ । ୨୦୨୩ ମସିହାରେ ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ମିଲତନଗରରୁ ଇଶାନ ବୁଖାରିଙ୍କୁ ଆତଙ୍କବାଦୀ ଲିଙ୍କ୍ ଘଟଣାରେ ଏସଟିଏଫ୍ ଗିରଫ କରିଥିଲା ।
ଯାଜପୁର ଜେଲ ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା । ପରେ ଇଶାନ ବୁଖାରୀ ଫ୍ରଡ ଓ ଚିଟିଂ ଘଟଣା ଏବଂ ବିଭିନ୍ନ ଟଙ୍କା ହେରଫର୍ ଘଟଣାରେ ସଂପୃକ୍ତି ଥିବା ସାମ୍ନାକୁ ଆସିଥିଲା । ଏ ନେଇ ଇଶାନ ବୁଖାରୀଙ୍କ ମାମଲାର ଶୁଣାଣି କରି ଚଣ୍ଡିଖୋଲ ଜେଏମଏଫସି କୋର୍ଟ ବିଚାରପତି ଶ୍ରୀମୟୀ ନନ୍ଦ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଭାରତୀୟ ପିଙ୍ଗଳ କୋର୍ଟ ଧାରା ୪୧୯, ୪୬୫, ୪୬୮, ୪୭୧, ୬୬(ଡି) ଆଇଟି ଆକ୍ଟରେ ଜେଲ ଦଣ୍ଡାଦେଶ ଶୁଣାଇଚନ୍ତି ବିଚାରପତି ।

Leave a Reply

Your email address will not be published. Required fields are marked *