ଯାଜପୁର,୨୬/୦୬/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଦୌରା ଜଜ୍ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସର ରେ ମାଦକ ଦ୍ରବ୍ୟ ସେଵନ ନିରୋଧି ଦିବସ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରାଧିକରଣ ର ସଚୀବ ଲିପା ମହାନ୍ତି ଅଧ୍ୟକ୍ଷତା କରିଥିଲେ ।
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ବେହେରା,ସାମାଜିକ କାର୍ଯ୍ୟକର୍ତ୍ତା ତଥା ପ୍ରାଧିକରଣ ର ପ୍ରାକ୍ତନ ସଦସ୍ୟ ଡ଼ ରୁଦ୍ରନାରାୟଣ ପୃଷ୍ଟି ଅତିଥି ଆଲୋଚକ ଭାବେ ଯୋଗ ଦେଇ ବିବିଧ ମାଦକ ତାର ସେବନ ଦ୍ବାରା ବ୍ୟକ୍ତଗତ ଜୀବନ ଦୟନୀୟ ସ୍ଥିତିକୁ ଚାଲିଯିବା ସହ ତାହା କିପରି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ପାରିବାରିକ ,ସାମାଜିକ ଜୀବନକୁ କ୍ଷତାକ୍ତ କରିବା ସହ ରାଷ୍ଟ୍ରର ପ୍ରଭୂତ କ୍ଷତି କରିଥାଏ ସେ ବିଷୟ ରେ ଆଲୋକପାତ କରିଥିଲେ ।
ନାଲସା ଦ୍ଵାରା ପ୍ରସ୍ତୁତ ଆଜିର ବିଷୟ ଭିତ୍ତିକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।ଅଧ୍ୟାପକ ଡ଼ ଵିନୋଦ କୁମାର ମଲ୍ଲିକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ଼ ମନ୍ମଥ କୁମାର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟ ପରିଚାଳନା ରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ପ୍ରାଧିକରଣ କର୍ମଚାରୀ ମାନେ ସହଯୋଗ କରିଥିଲେ।
