କୁରାଳ ସମାଜ ତରଫରୁ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ

ଭୁବନ ୨୯/୧୧/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ଏନ୍ ଏ ସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ଗଣେଶ ବଜାର ସ୍ଥିତ ମାଟି କାରିଗର ( କୁମ୍ଭାର ) ସାହିରେ ମାର୍ଗଶିର ଶୁକ୍ଲ ପଞ୍ଚମୀ ଠାରୁ କୁରାଳ ସମାଜ ତରଫରୁ ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ ହେଉଅଛି । ସମସ୍ତ ସାଜ ସରଞ୍ଜାମ ପୂଜାରେ ବସାଇ କୁରାଳ ସମ୍ପ୍ରଦାୟ ବ୍ୟକ୍ତି ମାନେ ନିଷ୍ଠାର ସହ ପୂଜା କରୁଛନ୍ତି । ଶନିବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହେବା ପରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ । ସଭାପତି ଦଇତାରୀ ସାହୁ ଙ୍କ ନେତୃତ୍ଵରେ  ଉପସଭାପତି ଅନାମ ସାହୁ,  ସମ୍ପାଦକ ଚନ୍ଦ୍ରମଣି ରଣା , ସହ ସଂପାଦକ ଟୁନା ସାହୁ, କୋଷାଧ୍ୟକ୍ଷ କମଳ ରଣା ଙ୍କ ସମେତ ଟୁକୁନା ସାହୁ, କୈଳାସ ସାହୁ, ସୁରେଶ ସାହୁ ,ନରେଶ ସାହୁ, ବ୍ରଜ ସାହୁ , ବାଦଲ ସାହୁ,ବାବୁଲି ସାହୁ ,ମାଧବ ସାହୁ,ବେଣୁଧର ସାହୁ, ମଣୀ ସାହୁ,ବିଶ୍ଵନାଥ ସାହୁ,ଦେବ ରଣା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି । ରବିବାର ଭସାଣୀ ଯାତ୍ରା ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *