କାଳିନ୍ଦୀ ବେହେରା ଙ୍କ ଜୟନ୍ତୀ ଅବସରରେ ବି ଜେ ଡି ର ବିଶାଳ  ବାଇକ ରାଲି

 ନିଶ୍ଚିନ୍ତକୋଇଲି,୦୪/୧୦/୨୦୨୬( ଓଡିଶା ସମାଚାର /ଅଭୟ ଜେନା )କଟକ ସଦର ନିର୍ବଚନ ମଣ୍ଡଳୀ ର କଳମିଶ୍ରି ପଂଚାୟତ ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଠାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ର ୮୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ସ୍ବର୍ଗତ ବେହେରା ଙ୍କ ସୁ ପୁତ୍ର ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ନିଜର ପିତା ତଥା ବିଶିଷ୍ଟ ରାଜନେତା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାଳିନ୍ଦୀ ବେହେରା ଙ୍କ ଜୀବନାଦର୍ଶ,କାର୍ଯ୍ୟଦକ୍ଷତା ଓ ରାଜନୈତିକ ଜୀବନରେ ଲୋକପ୍ରିୟତା ତାଙ୍କୁ ଅମର କରି ରଖିଛି ବୋଲି କହିଥିଲେ ।

 ତାଙ୍କ ସମୟରେ ଓ ତାଙ୍କ ପିତା ଙ୍କ ସମୟରେ ହୋଇଥିବା ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କ ରେ ଉଲ୍ଲେଖ କରି ବର୍ତମାନ ର ସରକାର ର ତୀବ୍ର ସମାଲୋଚନା କରିଥିଲେ ।  ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ କଟକ ସଦର ଅଞ୍ଚଳର ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇ ସ୍ବର୍ଗତ କାଳିନ୍ଦୀ ବେହେରା ଜଣେ ଉଚ୍ଚ କୋଟିର ରାଜନୀତିଜ୍ଞ ବୋଲି ମତବ୍ୟକ୍ତ କରିଥିଲେ ।

ଏହା ପୂର୍ବରୁ କଟକଜିଲ୍ଲା ବିଜେଡି ସମ୍ପାଦକ ପ୍ରମୋଦ କୁମାର ନାୟକଙ୍କ ନେତୃତ୍ୱ ରେ ଦାମୋଦରପୁର ରୁ ଅନନ୍ତେଶ୍ୱର ପୀଠ ପର୍ଯ୍ୟନ୍ତ  ଏକ ବିଶାଳ ବାଇକ ରାଲିରେ ପ୍ରକ୍ତନ ମନ୍ତ୍ରୀ ଚନ୍ଦ୍ର ସାରଥୀଙ୍କସହ ସହସ୍ରାଧିକ କର୍ମୀ ଯୋଗ ଦେଇସଭା ସ୍ଥଳ ପର୍ଯ୍ୟନ୍ତ ଆସିଥିଲେ  ।

Leave a Reply

Your email address will not be published. Required fields are marked *