ଜଂକିଆ ଥାନା ଅଂଚଳରେ ପୁଲିସର ଫ୍ଲାଗମାର୍ଚ

ନିରାକାରପୁର,୦୭/୦୫/୨୦୨୪ (ଓଡ଼ିଶା ସମାଚାର)- ୨୦୨୪ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ, ଶୃଙ୍ଖଳିତ ମତଦାନ ଲାଗି ଖୋର୍ଦ୍ଧ। ଜିଲ୍ଲା ଜଂକିଆ ପୁଲିସ ପକ୍ଷରୁ ବିଭିନ୍ନ ଅଂଚଳରେ ଫ୍ଲାଗ ମାର୍ଚ୍ଚ ଓ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଇଛି । ଜଂକିଆ ଥାନା ଅନ୍ତର୍ଗତ ଛଣଗିରି,ହଜ ଓ କମାଗୁରୁ , ଓଳସିଂହ,ସରପାରୀ, ଅଚ୍ୟୁତପୁର , ଟାଙ୍କୋଳ ଓ ବୋତଳମା ଅଂଚଳରେ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କର ଏବଂ ଅନ୍ୟ ପୁଲିସ ଅଧିକାରୀ, ସିଏପିଏଫ କର୍ମଚାରୀଙ୍କ ସହ ପୁଲିସ ଫୋର୍ସ ଫ୍ଲାଗମାର୍ଚ୍ଚ କରିଥିଲେ।

Leave a Reply

Your email address will not be published. Required fields are marked *