କେନ୍ଦ୍ରାପଡାରେ ଗାଡିଚାଳକଙ୍କୁ ସଚେତନତା କାର୍ଯ୍ୟକ୍ରମ–  ଆମ ସଙ୍କଳ୍ପ – ନିଶା ନୁହେଁ ଜୀବନ

କେନ୍ଦ୍ରାପଡ଼ା,୨୫/୦୬/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ଗାଡିଚାଳକମାନଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଅବକାରୀ ବିଭାଗ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜଜାଙ୍ଗସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଜିଲା ପୋଲିସ ମୁଖ୍ୟାଳୟର ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଆଂଚଳିକ ପରିବହନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଚାଳକମାନଙ୍କୁ ମଟରଯାନ ଆଇନ, ନିଶା ଖାଇ ଗାଡି ନଚଳାଇବା, ରାସ୍ତାରେ ଦୁଇ ଚକିଆ ଗାଡି ଚଳାଇ ଯିବାବେଳେ ହେଲମେଟ ପିନ୍ଧିବା, ଚାରିଚକିଆଯାନରେ ସିଟ ବେଲ୍ଟ ପିନ୍ଧିବା, ରଙ୍ଗସାଇଡ଼୍ ରେ ନଯିବା, ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ଓ ଗାଡି ଚଲାଇବା ବେଳେ ମୋବାଇଲରେ କଥା ନହେବା ପ୍ରଭୃତି ସମ୍ପର୍କରେ ସଚେତନ କରାଯିବା ସହ ହେଲମେଟ ପିନ୍ଧିନଥିବା ଦୁଇଚକିଆ ଯାନ ଚାଳକମାନଙ୍କୁ ବିନାମୂଲ୍ୟରେ ହେଲମେଟ ପ୍ରଦାନ କରିଥିଲେ ।

ଏଥିସହ ସମସ୍ତେ ଏକ ସଙ୍କଳ୍ପ ନେବା ଯେ ନିଶା ନୁହେଁ ଜୀବନକୁ ବାଛିବା ବୋଲି ଗାଡିଚାଳକମାନଙ୍କୁ ସଚେତନତାର ବାର୍ତା ଦେଇଥିଲେ । । ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ଆଂଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ, ଡିଏସପି(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହଙ୍କ ସମେତ ପୋଲିସ, ଅବକାରୀ ଓ ଆଂଚଳକିକ ପରିବହନ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଗାଡିଚାଳକମାନଙ୍କୁ ସଚେତନ କରାଇଥିଲେ ।

Leave a Reply

Your email address will not be published. Required fields are marked *