୨୦୨୭ ଜନଗଣନା ନିମନ୍ତେ ଜିଲା ସ୍ତରୀୟ ପ୍ରଶିକ୍ଷଣ

କେନ୍ଦ୍ରାପଡ଼ା,୦୬/୦୨/୨୦୨୬ (ଓଡ଼ିଶା ସମାଚାର)- ଆସନ୍ତା ୨୦୨୭ରେ ପ୍ରଥମ ପର୍ଯ୍ୟାୟ ଜନଗଣନା ନିମନ୍ତେ ଏକ ଜିଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାସ୍ତରୀୟ ଜନଗଣନା ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

୨୦୧୧ମସିହା ପରେ ୧୫ ବର୍ଷ ବ୍ୟବଧାନରେ ଜନଗଣନା ହେଉଥିବାରୁ ସଠିକ ଏବଂ ଦାୟିତ୍ୱବାନ ହୋଇ ଜନଗଣନା କାର୍ଯ୍ୟ କରିବାକୁ ବୈଠକରେ ଅଧ୍ୟକ୍ଷତା କରୁଥିବା ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ କହିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲା ଯୋଜନା ଓ ସମନ୍ୱୟ ଏକକର ଉପନିରଦେଶକ ଆରତୀ ନାୟକ, କେନ୍ଦ୍ରାପଡ଼ା ପୌରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ଗିରି, ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାସ, କେନ୍ଦ୍ରାପଡା ତହସିଲଦାର କୁଇନି ଜେନାଙ୍କ ସମେତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଡେପୁଟି କଲେକ୍ଟର ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *