ସଂସଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଢଙ୍ଗୀ ଆହତ ହେବା ଘଟଣାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ନିନ୍ଦା

ଭୁବନେଶ୍ୱର, ୨୦/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସଂସଦରେ ସାଂସଦ ରାହୁଲ ଗାନ୍ଧୀଙ୍କ ଆକ୍ରମଣରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଢଙ୍ଗୀ ଆହତ ହେବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କ୍ଷୋଭ ପ୍ରକାଶ କରିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ଟ୍ୱିଟ କରି କହିଛନ୍ତି କି ସଂସଦ ଏକ ପବିତ୍ର ଗୃହ,ଏହା ରାହୁଲ ଗାନ୍ଧୀଙ୍କର ଖେଳ ପଡିଆ ନୁହେଁ  । ତାଙ୍କର ଆଜିର ଦୁର୍ବ୍ୟବହାର ପାଇଁ ଆମର ବରିଷ୍ଠ ନେତା ତଥା ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ଗଭୀର ଆହତ ହୋଇଛନ୍ତି । ନିଜର ଏହି ହୀନ କାର୍ଯ୍ୟପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିବା ସହ ଏପରି କାର୍ଯ୍ୟର ନିନ୍ଦା କରିଛନ୍ତି  ।

https://x.com/PravatiPOdisha/status/1869656786472779826

Leave a Reply

Your email address will not be published. Required fields are marked *