କଟକ ସଦର, ୨୩/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଲୋକଙ୍କୁ ସ୍ୱ।ଵଲମ୍ଵୀ କରିବା ଏଵଂ ଉଚ୍ଚ ଶିକ୍ଷା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଷ୍ଟଡି ଲୋନ୍ ଦେବାରେ ଏବେ ବ୍ୟାଙ୍କ୍ ମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ କଟକ ଜିଲ୍ଲାରେ ବ୍ୟାଙ୍କ୍ ଗୁଡ଼ିକ ଲୋକଙ୍କୁ ଆଵଶ୍ୟକ ସମୟରେ ଋଣ ପ୍ରଦାନ କରୁନାହାନ୍ତି।
କାଗଜପତ୍ର ଧରି ଲୋକମାନେ ବ୍ୟାଙ୍କ୍ କୁ ଦଉଡ଼ି ଦଉଡି ନୟାନ୍ତ ହେଉଥିଲେ ବି ଋଣ ପାଇ ପାରୁନାହାଁନ୍ତି। ଏଥିରେ ଛାତ୍ର ଛାତ୍ରୀ ଙ୍କ ପାଠପଢା ଋଣ ହାର ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଏଭଳି ଦୂର୍ଭାଗ୍ୟଜନକ ବୋଲି ସମୀକ୍ଷା ରୁ ଚିତ୍ର ସାମ୍ନାକୁ ଆସିଛି। ଯେଉଁଠି କଟକ ଜିଲ୍ଲାରେ ପୂର୍ଵ ସରକାର ସମୟରେ ଅର୍ଥାତ କରୋନା ପୂର୍ବରୁ ଓ ପରେ ବ୍ୟାଙ୍କ୍ ମାନଙ୍କ ରେ କ୍ରେଡିଟ ଲିଙ୍କେଜ୍ ୭୦ ପ୍ରତିଶତ ରହିଥିଲା ସେଠି ଏଵେ ଅଧା କମି ୩୫ ପ୍ରତିଶତ ରେ ପହଞ୍ଚିଛି। ଏପରିକି ମୁଦ୍ରା ଋଣ ଆବେଦନକାରୀ ଙ୍କ ଋଣ ଆବେଦନ କୁ ବ୍ୟାଙ୍କ୍ ମାନେ ଖାରଜ କରିଦେଉଥିବା ଗୁରୁତର ଅଭିଯୋଗ ହେଉଛି।
ଗ୍ରାମୀଣ ଅର୍ଥନୀତି ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଗ୍ରାମୀଣ ଅର୍ଥନୀତି କେତେ କ୍ରିୟାଶୀଳ ତାହା ଜିଲ୍ଲାର ବ୍ୟାଙ୍କ୍ ଗୁଡ଼ିକର ଋଣ ପ୍ରଦାନ ହାର ହିଁ ଦର୍ଶାଇଥାଏ। ଗ୍ରାମାଞ୍ଚଳର ଲୋକେ ଅର୍ଥନୀତି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ୍ ଋଣ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ହୋଇଥାନ୍ତି। ହେଲେ ଜିଲ୍ଲାର ବ୍ୟାଙ୍କ୍ ମାନେ ଏଭଳି ଟାଳଟୁଳ ନୀତି ଅବଲମ୍ବନ କରିବା କେଉଁ ସ୍ୱ। ର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାକୁ ଗୁରୁତ୍ଵ ଦେଇ ଆଗାମୀ ତିନିମାସ ମଧ୍ୟରେ ଋଣ ପ୍ରଦାନ ହାରକୁ ବୃଦ୍ଧି କରିବା ସହିତ ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ଛାତ୍ର ଛାତ୍ରୀ ଙ୍କ ପାଠପଢା ଋଣକୁ ଅଗ୍ରାଧିକାର ଦେବାକୁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ନିର୍ଦେଶ ଦେଇଥିବା ଜଣାପଡିଛି।ବ୍ୟାଙ୍କ୍ ଗୁଡ଼ିକ ଆସନ୍ତା ତିନିମାସ ଧରି ପଞ୍ଚାୟତ ସ୍ତରରେ କ୍ୟାମ୍ପ କରି ଲୋକଙ୍କୁ ଋଣ ଯୋଗାଇଦେବା କୁ କୁହାଯାଉଛି। ତେବେ ଆଗକୁ ବ୍ୟାଙ୍କ୍ ମାନଙ୍କର ମନମାନୀ ଵଦଳୁଛି ନାଁ ପୂର୍ବପରି ରହୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।
