ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ , ୯ଜଣ ଶ୍ରମିକ ଆହତ

କେନ୍ଦୁଝର,୦୩/୦୫/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଘଟି ୯ଜଣ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି। ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିଯାଇ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଏହି ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁ ୯ଜଣ ଶ୍ରମିକ ଏଥିରେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା।​‌

ଗୁରୁତର ଆହତ ହୋଇଥିବା ୪ଜଣ ଶ୍ରମିକଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସ ଫାଟି ଯାଇଥିଲା ତାହାର କାରଣ ସ୍ପଷ୍ଟ ହୋଇନାହିଁ।

କେନ୍ଦୁଝର ଜିଲା ବଡବିଲ ତହସିଲ ଲୋଇଡାପଦା ପଂଚାୟତ ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍ ଆଲୁୱାଲିଆ ଷ୍ଟିଲ ଏଣ୍ଡ ପାୱାର ପ୍ଲାଣ୍ଟ ଦୁର୍ଘଟଣାରେ ଆହତମାନେ ହେଲେ ଆସାମ ନୂଆଁଗାଁ ରାଜୁ ଦାସ(୨୯),ଆସାମ ଦେବେନ ବାଙ୍କଲାନି, ବୁବୁ ଦାସ,ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ରଂଜଡା ଗ୍ରାମର ଛବିରାଣୀ ମୁଣ୍ଡା(୨୩),ବିହାର ଔରଙ୍ଗାବାଦ ଅଂଚଳର ବିଜୟ ସିଂ, ଚମ୍ପୁଆ ଥାନା ହସ୍ତିନାପୁର ଗ୍ରାମର ଚନ୍ଦନ ହେମ୍ବ୍ରମ(୨୫), ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ କର୍ଲଦା ଗ୍ରାମର ସୂରଜ ଭୂୟାଁ (୩୫),ବିହାର ରାଜ୍ୟ ଔରଙ୍ଗାବାଦ ଅଂଚଳର ବିଜୟ ସିଂ(୪୦), ଝାଡଖଣ୍ଡ ରାଜ୍ୟ ସରେଇକଲା ଥାନା ଜମ୍ବାରା ଗ୍ରାମର ଡଙ୍କାରୀ ଦାମକରାୟ ବୋଦ୍ରା(୨୨) ବୋଲି ଜଣାପଡିଛି

Leave a Reply

Your email address will not be published. Required fields are marked *