ଭୁବନ, ୨୩/୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଗୋଷ୍ଠୀ କୃଷକ ପରାମର୍ଶ (ଆତ୍ମା ) କମିଟିର ସଭାପତି ଭାବେ ଜଗବନ୍ଧୁ ପୃଷ୍ଟି ନିର୍ବାଚିତ ହୋଇଛନ୍ତି। ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଧାୟକ ଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ ଯୋଗଦେଇ ଥିଲେ। ଏହି ଅବସରରେ ମତ୍ସ୍ୟ ଅଧିକାରୀ , ଉଦ୍ୟାନ ବିଭାଗ ଅଧିକାରୀ, ମୃତ୍ତିକା ସଂରକ୍ଷଣ ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇ ବିଭାଗୀୟ କାର୍ଯ୍ୟ ସଂପର୍କରେ ବୁଝାଇଥିଲେ ।
ନୂତନ ସଭାପତି ଙ୍କୁ ପାଣି ପଞ୍ଚାୟତ ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ସାହୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। କୃଷି ଓଭରସିୟର ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।୧୮ ପଞ୍ଚାୟତର ପ୍ରତିନିଧି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୫ ଜଣ ସଦସ୍ୟ ସମେତ ସମୁଦାୟ ୨୫ ଜଣ ସଦସ୍ୟ ଯୋଗଦେଇଥିଲେ ।