ଯାଜପୁର ପୌରପାଳିକାରେ ପ୍ରାଣୀ ସହାୟତା ପାଇଁ ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ

ଯାଜପୁର,୨୦/୦୧/୨୦୨୬ (ଓଡ଼ିଶା ସମାଚାର)- ଅସହାୟ ଓ ବୁଲା ଗାଈ ଗୋରୁ ଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଯାଜପୁର ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତାପସ ରଞ୍ଜନ ଦେହୁରୀ ଙ୍କ ଦ୍ଵାରା ପ୍ରାଣୀ ସହାୟତା ପାଇଁ ଆମ୍ବୁଲାନ୍ସ ସେବା ର ଶୁଭାରମ୍ଭ ହୋଇଛି। ଏହି ସେବା ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବୁଲା ତଥା ଅସହାୟ ଗୋରୁ ତଥା ଆକସ୍ମିକ ଦୁର୍ଘଟଣା ର ଶିକାର ହେଉଥିବା ପ୍ରାଣୀ ମାନଙ୍କୁ ସଠିକ ସମୟରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇ ଦିଆଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଂକୁ ଗୋଶାଳା ପ୍ରେରଣ କରାଯିବା ର ବ୍ୟବସ୍ଥା ମଧ୍ୟ କରାଯିବ ।

ଏହି ସେବା ୨ ଟି ପର୍ୟ୍ୟାୟ ଯଥା ସକାଳ ୬ ଟା ରୁ ଦିନ ୨ ଟା ପର୍ୟ୍ୟନ୍ତ ଓ ପୁଣି ଦିନ ୨ ଟା ଠାରୁ ରାତି ୧୦ ଘଟିକା ପର୍ୟ୍ୟନ୍ତ ଉପଲବ୍ଧ ହେବ। ପ୍ରତ୍ୟେକ ପର୍ୟ୍ୟାୟରେ ଜଣେ ଡାକ୍ତର , ଜଣେ ପ୍ରାଣୀଧନ ସହାୟକ, ଜଣେ ଆଟେଣ୍ଡାଣ୍ଟ ଓ ଜଣେ ଡ୍ରାଇଭର୍ ରହିବେ। ଏହି ସେବା କେବଳ ଯାଜପୁର ପୌରପାଳିକା ଅଞ୍ଚଳରେ ହିଁ ଉପଲବ୍ଧ ହେବ। ଏହି ସେବା ର ଉଦଘାଟନୀ ଉତ୍ସବ ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ସୁବ୍ରତ ମହାପାତ୍ର, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ( ପ୍ରାଣୀ କଲ୍ୟାଣ) ଡାଃ ଅନିରୁଦ୍ଧ ବିଶ୍ଵାଳ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ( ରୋଗ ନିୟନ୍ତ୍ରଣ) ଡାଃ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ( ପ୍ରାଣୀ ପାଳନ) ଡାଃ ରଞ୍ଜିତ ସାହୁ , ପ୍ରାଣୀ ଚିକିତ୍ସା ଲୟ ର ଉପନିର୍ଦ୍ଦେଶକ ଡାଃ ବିଜୟ କୁମାର ସାହୁ ଓ ପୌରପାଳିକାର କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ରାଉତ ପ୍ରମୂଖ ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାଃ ମହାପାତ୍ର ଏହି ସେବା ର ଭରପୁର ଲାଭ ଉଠାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଓ ଏହି ସେବା ପାଇବା ପାଇଁ ୧୯୬୨ ଟୋଲ ଫ୍ରି ନମ୍ବର କୁ ଯୋଗାଯୋଗ କରିପାରିବେ । ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରାଣୀ ମାନଙ୍କୁ ଜରୁରୀକାଳୀନ ପରିସ୍ଥିତି ରେ ଉଦ୍ଧାର କରିବା ପାଇଁ ଖୁବ୍ ଶୀଘ୍ର ପୌରପାଳିକା କୁ ଏକ ପ୍ରାଣୀ ଉଦ୍ଧାରକାରୀ ଯାନ ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *