ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରୀ  ।

ଜୁନାଗଡ,୨୩/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-ଗତ ୨୦ ତାରିଖ ରାତିରେ ସ୍ଥାନୀୟ ଆମଗଛ ପଡ଼ାର ମହମ୍ମଦ ଗୁଲାମ୍ ନାମକ ଜଣଙ୍କ ଘରେ ଚୋର ପଶି ଲକ୍ଷାଧିକ ଟଙ୍କା ର ସୁନା ଗହଣା ଏବଂ ନଗଦ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହେଇଛି। ଗୃହକର୍ତ୍ତା ଙ୍କ କହିବା ଅନୁଯାୟୀ ପରିବାର ଲୋକେ ସମ୍ପର୍କୀୟଙ୍କ ଘର କୁ ଯାଇଥିବାବେଳେ ଘରେ କେହି ନଥିଲେ। ଏହାର ଯୁଯୋଗ ନେଇ ଚୋର ମାନେ ଘରେ ପଶି ସୁନା ଏବଂ ଟଙ୍କା ନେଇ ଯାଇଥିଲେ। ଏନେଇ ପୀଡ଼ିତ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସନ୍ଧନୀ କୁକୁର ସହାୟତାରେ ପୁଲିସ ତଦନ୍ତ କରିଥିଲା। ଏସଂପର୍କରେ ୩୩୧(୪) ୩୦୫ ଦଫାରେ ଏକ କେଶ ରୁଜୁ କରି ଜୁନାଗଡ଼ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଫେରାର ଥିବା ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *