ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ବିଶ୍ବ ଯୋଗ ଦିବସ ପାଳିତ।

ଯାଜପୁର,୨୨/୦୬/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ତା ୨୧.୦୬.୨୦୨୫ ରିଖ ଦିବା ୭ ଘଟିକା ସମୟ ଶୁକ୍ରବାର ଦିନ ଯାଜପୁର ସିଭିଲ କୋର୍ଟ ପ୍ରାଗଣରେ ବିଶ୍ବ ଯୋଗ ଦିବସ ଉପଲକ୍ଷେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ଅମୃତ ରଂଜନ ନନ୍ଦ ଏହାକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର କାର୍ଯ୍ୟକାରୀ ସଂପାଦିକା ଶ୍ରୀମତୀ ଲିପା ମହାନ୍ତି ଏହାକୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ୍ ଶ୍ରୀଯୁକ୍ତ ଗୁଣ୍ଡିଚାସାମନ୍ତ ସିଂହାର, ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ବିଶ୍ଵେଶ୍ଵର ବିଶ୍ଵପ୍ରକାଶ ରାୟ, ଅତିରିକ୍ତ ଜିଲ୍ଲା ଜଜ୍ ପୋକ୍‌ସୋ କୋର୍ଟ ଶ୍ରୀଯୁକ୍ତ ଅଭିଜିତ ପଲେଇ, ଅତିରିକ୍ତ ଜିଲ୍ଲା ଜଜ୍ -ଆଡ଼ହକ ଶରତ କୁମାର ଦେହୁରୀ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ସର୍ବେଶ୍ବର ସାହୁ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀଯୁକ୍ତ ସତ୍ୟପ୍ରକାଶ ରାୟ ଚୌଧରୀ, ରେଜିଷ୍ଟ୍ରାର ଶ୍ରୀଯୁକ୍ତ ମାନସ ରଂଜନ ସାମସ୍ତ ରାୟ, ଦେୱାନୀ ବିଚାରପତି ଶ୍ରୀମତୀ ସୁନିତା ବିଶ୍ବାଳ, ଜେ.ଏମ.ଏସି ମିସ୍ ନିଷ୍ଟା, ଜେ.ଏମ.ଏସି ମିସ୍ ବୀଣାପାଣି ତାଣ୍ଡି ଓ ଅନ୍ୟାନ୍ୟ ବିଚାରପତି, ଓକିଲ ତଥା କୋର୍ଟ କର୍ମଚାରୀମାନେ ଅଂଶ ଗ୍ରହଣ କରି ଯୋଗ ଶିକ୍ଷକ ଯୋଗୀ ବିକାଶ ଚନ୍ଦ୍ର ସାହୁଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଯୋଗ ଶିକ୍ଷାଲାଭ କରିଥିଲେ ।

ଯୋଗ ଶିବିରରେ ପରବର୍ତ୍ତି କାର୍ଯ୍ୟକ୍ରମ ସ୍ୱରୁପ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାଲଟପୁର ଗ୍ରାମଫଚାୟତ, ପାଲଟପୁର ଠାରେ ନାଲସା ସ୍କିମକୁ ନେଇ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଗୋଷ୍ଠଉନ୍ନୟନ ଅଧିକାରୀ, ଦଶରଥପୁର ଶ୍ରୀଯୁକ୍ତ ତ୍ରିଲୋଚନ ସେଠୀ, ମେଡ଼ିକାଲ କର୍ମଚାରୀ ବନିତା ବାସ, ବିଜୟ କୁମାର ଦାସ, ଝୁନା ମଲିକ, ସରୋଜ କୁମାର ନାଥ, ଲିପିକା ମଲିକ, ମମତା ଦାସ, ପ୍ରଧାନ ଶିକ୍ଷକ, ଗାନ୍ଧୀଜୀ ଉଚ୍ଚ ବିଦ୍ୟାଳୟ, ପାଲଟପୁର ଜ୍ଞାନରଞ୍ଜନ ତ୍ରିପାଠୀ, ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରମତୀ ଲିପା ମହାନ୍ତି ପରିଚାଳନା କରିଥିଲେ ।

ଏତଦ୍ ବ୍ୟତିତ ପ୍ରାଧିକରଣ ତରଫରୁ ଜିଲ୍ଲା କରାଗାର, ଯାଜପୁର ଠାରେ ମଧ୍ୟ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ କାରାଗାରର ଅନ୍ତେବାସୀ ମାନେ ଯୋଗ ଶିକ୍ଷକଙ୍କ ଦ୍ଵାରା ଯୋଗ ଶିକ୍ଷା ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମରେ କାରାଗାରର ସୁପରିଣ୍ଟେଡେଣ୍ଟ ଶ୍ରୀଯୁକ୍ତ ସମୀର ରଂଜନ ସାହୁ ଓ ଅନ୍ୟ କର୍ମଚାରୀଗଣ ତଥା ପାରାଲିଗାଲ ସ୍ବେଛାସେବୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *