କଟକ ସଦର, ୨୧/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସବୁ କଳ୍ପନା କଳ୍ପନା ଓ ବିରୋଧୀଙ୍କ ବିରୋଧର ଅବସାନ ଘଟାଇ ଶେଷରେ କଟକ ସଦର ନିର୍ବାଚନମଣ୍ଡଳୀର ବିଜେପି ମଣ୍ଡଳ ସଭାପତି ଓ ପ୍ରତିନିଧିଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା ହୋଇଛି। ପୂର୍ବରୁ ଏ ସମ୍ପର୍କରେ ଗତ ମାସ ୨୩ ତାରିଖରେ ‘ଓଡ଼ିଶା ସମାଚାର’ ରେ ପ୍ରକାଶିତ ସମ୍ଭାବ୍ୟ ତାଲିକା ଉପରେ ରାଜ୍ୟ ଵିଜେପି ନିର୍ବାଚନ ଅଧିକାରୀ ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋହର ମାରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ସମ୍ଭାବ୍ୟ ମଣ୍ଡଳ ସଭାପତି ଙ୍କ ନାଁ ପ୍ରକାଶନ ପରେ ଏହାକୁ ବିରୋଧ କରି ବିଜେପି ର ଏକ ବଡ଼ ଗୋଷ୍ଠୀ ରାଜ୍ୟ ବିଜେପି ମୁଖିଆ ମନମୋହନ ସାମଲଙ୍କ ନିକଟରେ ଗତ ୨୪ ତାରିଖ ରେ ଫେରାଦ ହୋଇଥିଲେ। ହେଲେ ସବୁ ବିରୋଧକୁ ପ୍ରତିହତ କରି ଶେଷରେ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ମନୋନୀତ ସମସ୍ତ ବ୍ୟକ୍ତିବିଶେଷ ମଣ୍ଡଳ ସଭାପତି ଓ ପ୍ରତିନିଧି ଭାବେ ବାଜିମାତ କରିଛନ୍ତି। ଏଥିରେ ପଞ୍ଚମୁଖୀ ମଣ୍ଡଳ ସଭାପତି ଭାବେ ସମରେଶ ଭୁୟାଁ ଓ ପ୍ରତିନିଧି ଚନ୍ଦ୍ର ଶେଖର ଦାସ,ସୁଦାମଵତୀ ସଭାପତି ରଘୁନାଥ ଚୈ।ଧୁରୀ ଓ ପ୍ରତିନିଧି ଶାରଦା ନାୟକ,ଉରାଳୀ ସଭାପତି ନିର୍ମଳ ସାହୁ ଓ ପ୍ରତିନିଧି ଅଶୋକ ସାହୁ,କିଶନନଗର ସଭାପତି ଚିତ୍ତରଞ୍ଜନ ସାହୁ ଓ ପ୍ରତିନିଧି କ୍ଷୀତେନ୍ଦ୍ର ମିତ୍ର, ନେମାଳ ସଭାପତି ମୀନକେତନ ମହାନ୍ତି ଓ ପ୍ରତିନିଧି ରଂଜନ ନନ୍ଦ, ଗୋପାଳପୁର ସଭାପତି ନିହାର ପଣ୍ଡା ଓ ପ୍ରତିନିଧି ବଦ୍ରିନାରାୟଣ ପଟ୍ଟନାୟକ, କନ୍ଦରପୁର ସଭାପତି ନିରଞ୍ଜନ ରାଉଳ ଓ ପ୍ରତିନିଧି ସୁରେଶ ଜେନା ରହିଥିବା ଜଣାଯାଇଛି। ସେହିପରି ୮ ଗୋଟି ମଣ୍ଡଳ ମଧ୍ୟରୁ ୭ ଟି ମଣ୍ଡଳ ସଭାପତି ଙ୍କ ନାଁ ପ୍ରକାଶ ପାଇଥିବା ବେଳେ କେବଳ ୪୨ ମୈ।ଜା ସଭାପତି ଙ୍କ ନାଁ ପ୍ରକାଶ ସାମାନ୍ୟ ତୃଟି ପାଇଁ ପ୍ରକାଶ ପାଇପାରି ନାହିଁ। ଏଥିସହିତ ନିର୍ବାଚନ ମଣ୍ଡଳୀରୁ ଦୁଇଜଣ ଲିଙ୍ଗରାଜ ମଲ୍ଲିକ ଓ ସୁଜାତା ନନ୍ଦ ବିଜେପି ରାଜ୍ୟ ପରିଷଦ କୁ ନିର୍ଵାଚିତ ହୋଇଛନ୍ତି।