ପାଲଲହଡା, ୧୪/୦୧/୨୦୨୪ (ଓଡ଼ିଶା ସମାଚାର)- ପାଲଲହଡା ଷ୍ଟାଡିଅମ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ ଷଷ୍ଠ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ପ୍ରଥମ ସେମିଫାଇନାଲ ମ୍ୟାଚ ରେ ସୋଲାର କ୍ରିକେଟ କ୍ଲବ କଟକ କୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି ୱାଇ ସି ସି ରାଉରକେଲା। ଶାସନ ସାହି ଜୟ ଶ୍ରୀରାମ କ୍ରିକେଟ କ୍ଳବ ଦ୍ୱାରା ଆୟୋଜିତ ଷଷ୍ଠ ଶ୍ରୀକାନ୍ତ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ତୃତୀୟ ମ୍ୟାଚ ରେ ପ୍ରଥମେ ରାଉରକେଲା ଦଳ ଟସ ଜିତି ପ୍ରଥମେ ଫିଲଡ଼ିଂ କରିବା କୁ ନିଷ୍ପତ୍ତି ନେଇଥିଲା। କଟକ ଦଳ ନିର୍ଦ୍ଧାରିତ ଓଭର ପୂର୍ବରୁ ସମସ୍ତ ଦଶ ଟି ଯାକ ଉଇକେଟ ହରାଇ ୧୨୯ ରନ କରିବାକୁ ସମର୍ଥ ହୋଇଥିଲା ବେଳେ ଏହାର ଜବାବରେ ୱାଇ ସି ସି ରାଉରକେଲା ଦଳ ୨୪.୧ ଓଭର ରେ ୬ ୱିକେଟ ହରାଇ ୧୩୧ ରନ କରି ପ୍ରଥମ ଦଳ ଭାବେ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି । ଉନ୍ନତ ମାନର ଖେଳ ପ୍ରଦର୍ଶନ କରି ରାଉରକେଲା ର ସାହେବ ସିଂ ମ୍ୟାନ ଅଫ ଦି ମ୍ୟାଚ ଆଖ୍ୟା ଅର୍ଜନ କରି ପୁରସ୍କୃତ ହୋଇଥିଲେ । ସୋମବାର ଟାଟା ଜାମସେଦପୁର ଏବଂ ଜେ ଆର ସି ସି, ପାଲଲହଡ଼ା ମଧ୍ୟରେ ପୁଲ ବି ର ପ୍ରଥମ ଲିଗ୍ ମ୍ୟାଚ ଖେଳାଯିବ।ଅଭିଷେକ ସାହୁ ଏବଂ ରଞ୍ଜିତ ସାମଲ ଖେଳ ପରିଚାଳନା କରୁଥିଲା ବେଳେ ଜୟ ଶ୍ରୀରାମ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ ପ୍ରଦାନ କରିଥିଲେ ।