କେନ୍ଦ୍ରାପଡ଼ା,୨୧/୦୬/୨୦୨୫(ଓଡ଼ିଶା ସମାଚାର)-ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଏକାଦଶତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୋଗ ଶିବିରରେ ଶିବାନନ୍ଦ ବିଦ୍ୟାମନ୍ଦିର, ଗୁରୁକୂଳ ଶିକ୍ଷାଶ୍ରମ ଓ ସଂଜୀବନୀ ବିଦ୍ୟାମନ୍ଦିରର ପିଲାମାନେ ଯୋଗଦେଇ ବିଭିନ୍ନ ପ୍ରକାର ଯୋଗାଭ୍ୟାସ କରିଥିଲେ ।
ପିଲାମାନଙ୍କୁ ଯୋଗର ବିଭିନ୍ନ ଆସନ ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶ୍ରୀମା’ ବର୍ତମାନ ସମାଜରେ ଯୋଗର ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଆଲୋକପାତ କରିବା ସହ ପିଲାମାନଙ୍କୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ଦେଇଥିଲେ । ଆତ୍ମାର ବାହକ ଏହି ଶରୀର ଯଦି ସୁସ୍ଥ ଓ ନିରୋଗ ରହେ ତାହା ହେଲେ ସେ ତା’ର ଚରମ ଲକ୍ଷ୍ୟରେ ପହଂଚି ପାରିବ ବୋଲି ଶ୍ରୀମା କହିଥିଲେ । ଏହି ଶିବିରରେ ଶିବାନନ୍ଦ ବିଦ୍ୟାମନ୍ଦିରର ଅଧ୍ୟକ୍ଷ ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ଅଭିମନୁ୍ୟ ଗୋଛାୟତ, ଯୋଗଗୁରୁ କୈଳାସ ଚନ୍ଦ୍ର ରାଉତ, ଶ୍ରୀଧର ମହାନ୍ତି, ନୃସିଂହ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
