ମହିଳା ସଶକ୍ତି କରଣ ଦିବସ ରେ ମିନି ମାରାଥନ

ନିରାକାରପୁର, ୧୧/୦୩/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ରମାବିଲି ଗ୍ରାମରେ ମହିଳା ସଶକ୍ତି କରଣ ଦିବସ ରେ,ନେହୁରୁ ଯୁବ କେନ୍ଦ୍ର ଭୁବନେଶ୍ୱର ଙ୍କ ସହଯୋଗ ରେ ବିଜୟଲକ୍ଷ୍ମୀ କ୍ଲବ ଦ୍ୱାରା ଯୁବତୀ ମାନଙ୍କୁ ନେଇ  ଏକ ମିନି ମାରାଥନ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଓଲସିଂହ, ଡମଣଭୂମି, ଛଣଗିରି, ରମାବିଲି, ଆଖପାଖ ୪ଟି ପାଞ୍ଚଯାତ ୧୦ଟି ଗ୍ରାମ ର ଯୁବତୀ ମାନେ ଅଂଶ ଗ୍ରହଣ କରି ଥିଲେ। ଏହି କାର୍ଯ୍ୟକ୍ରମ କୁ ଛଣଗିରି ଗ୍ରାମପଂଚାୟତ ର ସମିତିସଭ୍ୟ ଶ୍ରୀମତୀ ସୁମିତ୍ରା ବରିଷଲ ଉଦଘାଟନ କରିଥିଲେ। ଏହି ମାରାଥନ ଓଲସିଂହ ଦାଶରଥି ମହାବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ରମାବିଲି ମିନି ପାର୍କ ଠାରେ ଶେଷ ହୋଇଥିଲା।ଏହି ମିନି ମାରାଥନ ଦୌଡ ରେ ଲିଜା ମାର୍ଥା ପ୍ରଥମ ସ୍ଥାନ, ସ୍ୱୟଶ୍ରୀ ପ୍ରଧାନ ଦିତୀୟ ସ୍ଥାନ ଓ ଚିନୀମୟୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରମ କୁ ଶରତ କୁମାର ଛୋଟରାୟ ପରିଚାଳନା କରିଥିଲେ ଓ ଅତିଥି ଭାବରେ ଯୁବ ସମାଜସେବୀ ମାନସ କୁମାର ଭୋଳ, ବିଜୟଲକ୍ଷ୍ମୀ କ୍ଲବ ର ସମ୍ପାଦକ କାର୍ତ୍ତିକ ସାମନ୍ତରାୟ, ସ୍ୱେଚ୍ଛାସେବୀ ସତ୍ୟନାରଣ ଶ୍ରୀଚନ୍ଦନ ଯୋଗଦେଇ ଥିଲେ।ବିଶ୍ୱଜିତ ରାଉତରାୟ, ଦିବାକର ବେହେରା, ବନମାଳୀ ସୁନ୍ଦରା, ଭାରତ ସୁନ୍ଦରାୟ, ବବଲୁ ସୁନ୍ଦରାୟ, ବଂଟି ସୁନ୍ଦରାୟ ପ୍ରମୁଖ ବିଜୟଲକ୍ଷ୍ମୀ କ୍ଲବ ର କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *