କେନ୍ଦ୍ରାପଡା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କେନ୍ଦ୍ରାପଡ଼ା,୨୧/୦୬/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇନଡୋର ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ରାପଡା ପତଞ୍ଜଳି ଯୋଗସମିତି ଓ ମହାବିଦ୍ୟାଳୟର ମିଳିତ ଅନୁକୂଲ୍ୟରେ ଏକାଦଶତମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଅନୁଷ୍ଠିତ ଯୋଗ ଶିବିର ଶନିବାର ସକାଳ ୭ଟାରେ ଆରମ୍ଭ ହୋଇ ୭ଟା ୪୫ମିନିଟରେ ଶେଷ ହୋଇଥିଲା ।

ଏହି ଶିବିରକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ ବିଜେପି ନେତ୍ରୀ ଗୀତାଞ୍ଜଳୀ ସେଠୀ ଓ ବିଜେପି ନେତା କିଶୋର ପଣ୍ଡା । କ୍ୟାଡେଟ ସରିତା ପଲାଇ ଓ ଯୋଗଗୁରୁ ବିଭୂପ୍ରସାଦ ଦାସଙ୍କ ତତ୍ୱାବଧାନରେ ଉପସ୍ଥିତ ସମସ୍ତ କ୍ୟାଡେଟ, କର୍ମଚାରୀ, ଅଧ୍ୟାପକ,ଅଧ୍ୟାପିକା ଓ ଅନ୍ୟମାନେ ବିଭିନ୍ନ ଯୋଗାସନ ପ୍ରଦର୍ଶନ କରିଥିଲେ । ଏନସିସି କ୍ୟାପଟେନ (ବାଳିକା ବିଭାଗ) ସୀମା ମହାନ୍ତି, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ସତ୍ୟରଞ୍ଜନ ମିଶ୍ର,କ୍ରୀଡା ଶିକ୍ଷୟିତ୍ରୀ ପ୍ରତିମାରାଣୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଯୋଗ ଗୁରୁ ଶ୍ରୀ ଦାସ ଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟ(ବାଳକ,ବାଳିକା), ଏନଏସଏସ ଓ ୱାଇଆରସିର ସ୍ୱେଛାସେବୀମାନେ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *