ଦଇତାରୀ ବେହେରାଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା 

କଟକ ସଦର,୧୮/୦୨/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ପରମହଂସ ପଞ୍ଚାୟତର ପୂର୍ବତନ ସରପଂଚ ମୀନତି ବେହେରାଙ୍କ ସ୍ୱ।ମୀ ଜଣାଶୁଣା ସମାଜସେବୀ ଦଇତାରୀ ବେହେରାଙ୍କ ଅକାଳ ବିୟୋଗରେ ଆଜି (ମଙ୍ଗଳବାର ଦିନରେ) ତାଙ୍କ ବାସଭବନରେ ଏକ ସର୍ବଦଳୀୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।

କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଙ୍କ ସଂଯୋଜନାରେ‌ ଆୟୋଜିତ ସଭାରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସିଂହ, ବିଜେପି ନେତା ହୃଷିକେଶ ଜେନା, କଂଗ୍ରେସ ନେତା ଉଗ୍ରସେନ ଭୁୟାଁ ଙ୍କ ସମେତ ପୂର୍ବତନ ସରପଂଚ ନିର୍ମଳ ଦାସ, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ପୂର୍ବତନ ସରପଂଚ ଅକ୍ଷୟ ପରିଡ଼ା, ପୂର୍ବତନ ସରପଂଚ ତ୍ରିଲୋଚନ ସ୍ବାଇଁ, ହୃଷିକେଶ ରଣା,ସମର ବେହେରା, ରଜନୀକାନ୍ତ ସାହୁ,ସେକ୍ ବାବୁଲା, ଆଦିକନ୍ଦ ରାଉତ ପ୍ରମୁଖ ବହୁ ଦଇତାରୀ ପ୍ରେମୀ ଯୋଗଦେଇ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *