ଜୁନାଗଡ଼,୨୧/୦୬/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆଜି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଅସ୍ତିଶଲ୍ୟ ୧୬୨,ଚକ୍ଷୁ ୫୬,କାନ ୮୭,ମାନସିକ ୬୨,ଅନ୍ୟାନ୍ୟ ୬,ସମୁଦାୟ ୩୭୩ ଜଣ ମଧ୍ୟରୁ ୨୧ ଟି ଭିନ୍ନକ୍ଷମ ପ୍ରମାଣ ପତ୍ର,ବସ ପାସ ୬୧,ଟ୍ରେନ ପାସ ୪୩,ଘର ୪୩,ଟ୍ରାଇ ସାଇକଲ ୧୯,ହ୍ବିଲ ଚେଆର ୪୭ ଜଣଙ୍କୁ ପ୍ରଦାନ କରାଯାଇଛି।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ। ସବିତା ମେହେର,ବିଡିଓ ଦେବାଶିଷ କର, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ବିଏସଏସଓ ତୁଷାର ସାହୁଙ୍କ ସମେତ ବ୍ଲକ କର୍ମଚାରୀ ଓ ବିଭିନ୍ନ ପଂଚାୟତ ଅଞ୍ଚଳର ଶତାଧିକ ଲୋକେ ଉପସ୍ଥିତ ଥିଲେ।
ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୫ ଅନୁଷ୍ଠିତ
