ଜୁନାଗଡ଼, ୧୨/୦୨/୨୦୨୪ (ଓଡ଼ିଶା ସମାଚାର/ ରାକେଶ କୁମାର ବେମାଲ ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ ସଭଗୃହରେ ଆଜି ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତାଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ଏକ ଶୋକସଭା ହୋଇଛି। ସଂଘ ସଭାପତି ହିମାଂଶୁ ଶେଖର ବରାଡ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପ୍ରଥମେ ନୀରବ ପ୍ରାର୍ଥନା କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର ଖିତୀ, ସନ୍ତୋଷ କୁମାର ସିଂଦେଓ ସର୍ଗତ ହୋତାଙ୍କ ବିଷୟରେ ଆଲୋକପାତ କରିଥିଲେ। ବୈଠକରେ ଜୁନାଗଡ଼ ନଗରପାଲ ମୁକେଶ ଅଗ୍ରୱାଲ, ବରିଷ୍ଟ ସାମ୍ବାଦିକ ଖଗେଶ୍ୱର ଧଙ୍ଗଡ଼ାମାଝୀ, ବିଭୁ ପାଢ଼ୀ, ରାକେଶ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ। ଶୋକସଭା ପରେ ଭୁବନେଶ୍ୱର ଠାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରାଯାଇଥିଲା।
ବିଶିଷ୍ଟ ସାହିତ୍ୟିକ ସାତକୋଡ଼ି ହୋତା ଙ୍କ ବିୟୋଗରେ ଜୁନାଗଡ଼ ସାମ୍ବାଦିକ ସଂଘର ଶୋକସଭା
