ସ୍କାର୍ଟ ଓଡିଶା ତରଫରୁ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ସଭା

କଟକ,୧୭/୬/୨୦୨୪ (ଓଡ଼ିଶା ସମାଚାର)-ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ସ୍କାର୍ଟ) ଓଡିଶା, ବିଶ୍ଵଦେବ ସମାଜ ଏବଂ ଜୟଦେବ ସଂସ୍କୃତି ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ କଟକ କଳାବିକାଶ କେନ୍ଦ୍ର ପରିସରରେ ରଜ ଉତ୍ସବ ଉପଲକ୍ଷେ ଏକ ବିରାଟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସ୍କାର୍ଟର ଅଧ୍ୟକ୍ଷ କଳାଭୂଷଣ ପ୍ରଶାନ୍ତ କୁମାର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପୂଜ୍ୟପୂଜା ସମାରୋହରେ କଟକ ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟକ, ଯାଜପୁର ସାଂସଦ ରବି ନାରାୟଣ ବେହେରା ମୁଖ୍ୟଅତିଥି,ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ବରେଣ୍ୟ ଅତିଥି,ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଧସ,ପ୍ରାକ୍ତନ ଡିଜି ଡଃ ସତ୍ୟଜିତ ମହାନ୍ତି, ଅଭିନେତା ଶ୍ରୀତମ ଦାସ,ପ୍ରାକ୍ତନ ସିବିଆଇ ବିଚାରପତି ଭିକାରି ଚରଣ ରାଉତ,ସମାଜସେବିକା ଡଃ. ଚିଦାତ୍ମିକା ଖଟୁଆ,ବରିଷ୍ଠ ସାମ୍ବାଦିକ ଡଃ ସତ୍ୟ ରାୟ,ବିଶିଷ୍ଟ ଆଧ୍ୟାତ୍ମିକ ସ୍ତମ୍ଭକାର ତଥା ପ୍ରବକ୍ତା ଶ୍ରୀସନ୍ନ୍ୟାସୀ ଜୀ,କାଶୀନାଥ ପାଣିଗ୍ରାହୀ ଓ ବିଭୁ ଚରଣ ପରିଜା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମହାନ ସଂସ୍କୃତିକୁ ରକ୍ଷା କରିବାରେ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୋଗ୍ୟ ପ୍ରତିଭା ମାନଙ୍କୁ  ନବରତ୍ନ ସମ୍ମାନ,ସହିତ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠର ପୁସ୍ତକ “ପ୍ରତିଭା ପରିଚୟ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।ପ୍ରାରମ୍ଭରେ ସ୍କାର୍ଟ ସମ୍ପାଦକ ନରେନ୍ଦ୍ରନାଥ ଓଝା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ କୁନଚରଣ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଅନ୍ୟତମ ମୁଖ୍ୟ ସଞ୍ଜୁବାଳା ମିଶ୍ରଙ୍କ ତତ୍ୱାବଧାନରେ  ମନୋଜ କୁମାର ପଣ୍ଡା,ଅଧ୍ୟାପକ ନିରଞ୍ଜନ ସାମଲ,ସାମ୍ବାଦିକ କାନନବିହାରୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *