ବାଜି ରାଉତ କଲେଜ ରେ ବିଶ୍ଵ ଯୋଗ ଦିବସ ପାଳିତ 

ଭୁବନ,୨୧/୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟରେ ୟୁଥ୍ ରେଡକ୍ରସ ୟୁନିଟ ଆନୁକୁଲ୍ୟରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ କେଶବ ଚନ୍ଦ୍ର ରାଉତ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଯୋଗାଭ୍ୟାସ ରେ ରେଡକ୍ରସ କାଉନସେଲର ଅଧ୍ୟାପକ ପ୍ରଭାତ ଜେନା,ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା,ଲାଇବ୍ରେରିଆନ ନନ୍ଦ କିଶୋର ଧୀର,ସୁକାନ୍ତ ସାହୁ,ହେମନ୍ତ ରାଉତ, ଧାନି ମୁର୍ମୁ, ଏନ୍ ଏସ ଏସ ଅଫିସର ଦୀପା ସାମଲ,ଏନ୍ ସି ସି ଅଫିସର ଶୁବ୍ରସିଖା ଦାସ ଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ । ପତଞ୍ଜଳୀ ହରିଦ୍ଵାର ଦ୍ଵାରା ପ୍ରଶିକ୍ଷକ ମଠକରଗୋଲା କଲେଜ ରାଜନୀତି ବିଜ୍ଞାନ ମୁଖ୍ୟ ପ୍ରବୀର କୁମାର ବିଶ୍ବାଳ ପ୍ରଶିକ୍ଷଣ ଦେଇଥିଲେ ।

 

Leave a Reply

Your email address will not be published. Required fields are marked *