ବିଶ୍ଵ ଯୋଗ ଦିବସ ପାଳିତ ଓ ବୃକ୍ଷ ରୋପଣ

ଭୁବନ, ୨୧/୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ପଞ୍ଚାୟତ ସମିତି ଆନୁକୁଲ୍ୟରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ପରିସରରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି ।

ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବିଡ଼ିଓ ଆୟୁସି ମହାପାତ୍ର, ବିଧାୟକ ଙ୍କ ପ୍ରତିନିଧି ସଞ୍ଜୟ କୁମାର ଦାସ,କାଉନସିଲର ପପୁ କୁମାର ସାହୁ, ଗୋଷ୍ଠୀ ସଂଗଠିକା ଚିକୁମିନା ପଟ୍ଟନାୟକ, ପ୍ରାଣକୃଷ ଓଝା,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ରନାଥ ସାହୁ, ଇନଡୋର ଷ୍ଟାଡିୟମ୍ ଇନଚାର୍ଜ ବିକାଶ କୁମାର ସାହୁ ଙ୍କ ସମେତ ଏନ୍ ଏ ସି ଏବଂ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।

ନିୟମିତ ଯୋଗ ପ୍ରାଣାୟାମ ଅଭ୍ୟାସ ଦ୍ଵାରା ବୋଧ ଶକ୍ତି ଓ ଆତ୍ମ ଜ୍ଞାନ ଉଦୟ ହୋଇଥାଏ । ଦେହ ଓ ମନ ସୁସ୍ଥ ରହିବା ସହିତ ରୋଗ ପ୍ରତିଷେଧକ ବୃଦ୍ଧି ପାଇଥାଏ । ପ୍ରତ୍ୟେକ ବ୍ୟକ୍ତି ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ ଯୋଗ ଅଭ୍ୟାସ ଓ ପ୍ରାଣାୟାମ କରିବାକୁ ଶପଥ ଗ୍ରହଣ କରିଥିଲେ। ପରେ ଷ୍ଟାଡିୟମ୍ ପରିସରରେ ୧୫୦ ଏବଂ ମହିଳା ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଙ୍କ ଉପସ୍ଥିତିରେ ୧୫୦ ବୃକ୍ଷ ରୋପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *