କ୍ରିଷ୍ଣା ମହାରଣାଙ୍କ ବିୟୋଗରେ ଉତ୍କଳ ମହିଳା ସମିତିର ଶୋକ

ଭୁବନେଶ୍ୱର,୨୮/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଉତ୍କଳ ମହିଳା ସମିତିର ପ୍ରାକ୍ତନ ରାଜ୍ୟ ଉପସଭାପତି, ବିକେଏମୟୁର ଜାତୀୟ ନେତ୍ରୀ, ସିପିଆଇର ସମ୍ବଲପୁର ଜିଲାର ବିଶିଷ୍ଟ ନାରୀନେତ୍ରୀ କମ୍ରେଡ଼ କ୍ରିଷ୍ଣା ମହାରଣାଙ୍କର ଗତକାଲି ରାତି ୮ଟାରେ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । କ୍ରିଷ୍ଣା ମହାରଣା ଉତ୍କଳ ମହିଳା ସମିତିର ରାଜ୍ୟ ଉପସଭାନେତ୍ରୀ, ଭାରତୀୟ ଜାତୀୟ ମହିଳା ଫେଡ଼େରେସନ, ଭାରତୀୟ କ୍ଷେତ ମଜଦୁର ୟୁନିୟନ, ଆଦିବାସୀ ମହାସଭା ଆଦି ସଙ୍ଗଠନର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟା ଥିଲେ । ବହୁ ଜନ ଆନ୍ଦୋଳନର ନେତୃତ୍ୱନେଇ ସେ ଅନେକଥର ଜେଲ ଯାଇଥିଲେ । ରେଙ୍ଗାଲି ଅଂଚଳରେ ‘କୁରେଇ ନାନୀ’ ଭାବରେ ପରିଚିତ କମ୍ରେଡ଼ ମହାରଣା ୨୦୦୭ ମସିହାରେ ସମିତି ସଭ୍ୟା ଭାବରେ ନିର୍ବାଚିତ ହୋଇ ଜଣେ ନିଷ୍ଠାପର ସମାଜସେବୀ ଓ ପଂଚାୟତ କର୍ମକର୍ତା ଭାବରେ ଜନଆଦୃତି ଲାଭ କରିଥିଲେ ।
ତାଙ୍କର ବିୟୋଗରେ ଉତ୍କଳ ମହିଳା ସମିତିର ଉପଦେଷ୍ଟା ବନଲତା ଜେନା, ସଭାନେତ୍ରୀ ପ୍ରମୋଦିନୀ ପାଇକରାୟ, ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣୀ, ଉପସଭାନେତ୍ରୀ ଭାନୁମତି ରେଡ୍ଡି, ସରୋଜିନୀ ଆଚାର୍ଯ୍ୟ ଓ ଏଆଇଏସଏଫର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *