୯୦ କେଜି ବାସି ଖାଦ୍ୟ ନଷ୍ଟ କରାଗଲା ,୪ ଟି ହୋଟେଲ ସିଲ୍
ଭୁବନ,୨୦/୦୬/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତି ଲୋପାମୁଦ୍ରା ନାୟକ ଚଢ଼ାଉ କରି ସ୍ଥାନୀୟ ଅଞ୍ଚଳର ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାର ଭୁବନ ଅଞ୍ଚଳରେ ଡାଇରିଆ ରୋଗ ଦେଖା ଦେଇଥିବାରୁ ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ବେଳେ ଏହାର ପ୍ରତିଷେଧକ ସ୍ୱରୂପ ଖାଦ୍ୟ ଓ ପାଣି ନମୂନା ଯାଞ୍ଚ କରାଯାଉଛି ।
ଭୁବନ ଅଞ୍ଚଳରେ ଖାଦ୍ୟ ଯାଞ୍ଚ କରାଯାଇ ୪ ଟି ଖାଦ୍ୟ ଦୋକାନକୁ ବାସି ଖାଦ୍ୟ ବିକୁଥିବାର ଯାଞ୍ଚ ରୁ ଜଣାପଡିବାରୁ ସେଗୁଡିକୁ ସିଲ କରିବା ସହ ସେ ଦୋକାନ ମାନଙ୍କ ଠାରୁ ୧୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହା ସହିତ ଦୁଇଟି ସ୍ଥାନରୁ ପାଣି ନମୂନା ପରୀକ୍ଷା ପାଇଁ ପଠାଯାଇଛି ଓ ୯୦ କେଜି ବାସି ଖାଦ୍ୟକୁ ନଷ୍ଟ କରାଯାଇଛି । ଏହି ଚଢ଼ାଉରେ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ,ଥାନାଧିକାରୀ ଧୀରେନ ସ୍ୱାଇଁ ଏବଂ ଏନ୍ ଏ ସି କର୍ମଚାରୀ ସାମିଲ ଥିଲେ ।
