ଦୁର୍ଘଟଣାରେ କେନ୍ଦ୍ରାପଡା ବିଧାୟକଙ୍କ ଭାଇ ମୃତ

କେନ୍ଦ୍ରାପଡ଼ା, ୧୮/୦୩/୨୦୨୬ (ଓଡ଼ିଶା ସମାଚାର)- ଏକ ସଡ଼କ ଦୁର୍ଘଟଣାରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ସାନ ଭାଇ ସର୍ବେଶ୍ୱର ବେହେରା(୪୬)ଙ୍କ ମୃତୁ୍ୟ ଘଟିଛି । ଗତ ଏକ ସପ୍ତାହ ତଳେ ନିଶ୍ଚିନ୍ତକୋଇଲିରେ ସର୍ବେଶ୍ୱର ଏକ ବାଇକରେ କେନ୍ଦ୍ରାପଡ଼ା ଫେରୁଥିବା ବେଳେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ବୁଧବାର ସର୍ବେଶ୍ୱରଙ୍କର ମୃତୁ୍ୟ ଘଟିଛି । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ପଂଚନାମା ହେବାପରେ ତାଙ୍କ ମୃତଦେହ ଏକ ବିରାଟ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ାକୁ ଅଣାଯାଇଥିଲା । ବାଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୃତୁ୍ୟଶଯ୍ୟା ନିକଟରେ ଭାଇ ବିଧାୟକ ଗଣେଶ୍ୱର ବେହେରାଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ ।

ତାଙ୍କ ବିୟୋଗ ଖବର ପାଇ ବିଜେଡି ଜିଲା ସଭାପତି ଶିବପ୍ରସାଦ ଭଳ, ରାଜନଗର ବିଧାୟକ ଧ୍ରୁର୍ବ ସାହୁ, ଜିଲା ପରିଷଦ ସଭାପତି ଲିଲିତା ଦାସ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ନଗରପାଳ ସରିତା ସାହୁ, ସମାଜସେବୀ ରଞ୍ଜିତ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ କୁମାର ସାମନ୍ତରାୟ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ହିରଣ୍ୟ ପଣ୍ଡା, ରଞ୍ଜନ ବିଶ୍ୱାଳ, ସମ୍ବିତ ଶ୍ରୀଚନ୍ଦନ, ନାରାୟଣ ପରିଡା, ରାଜେଶ ମହାନ୍ତି, ପ୍ରଭାଶିଷ ପଣ୍ଡା, ପୀତବାସ ବେହେରା, ଯଯାତି ମହାନ୍ତି, ବିଜୟ ମଣ୍ଡଳ, ମୋହନ ଆଚାର୍ଯ୍ୟ, ଉମେଶ ନାୟକ, ଚୌଧୁରୀ ସୁକୁମାର ଦାସ, ପ୍ରିୟଦର୍ଶିନୀ ତରାଇ, ଗିତାଞ୍ଜଳୀ ସେଠୀ, ଚନ୍ଦନପୁର ସରପଂଚ ରମାକାନ୍ତ ମଲ୍ଲିକ, ନିରଞ୍ଜନ ବାରିକ, ଅଭୟ ବେହେରାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚଉଦକୁଲାଟ ସ୍ଥିତ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁତ୍ର ଅବିନାଶ ବେହେରା ମୁଖ୍ୟାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *