ବକ୍ସିବଜାର ହତ୍ୟାକାଣ୍ଡ ଉପରୁ ପରଦା ଉଠିଲା

                           ସମ୍ପତ୍ତି ଲୋଭରେ ଭାଇ, ଭାଉଜ ଓ‌ ପୁତୁରା ହତ୍ୟାକାରୀ

କଟକ ସଦର ,୨୦/୦୬/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଗତ ବୁଧବାରଦିନ କଟକ ବକ୍ସିବଜାର ସିଡିଏ ମାର୍କେଟ କମ୍ପ୍ଲେକ୍ସରେ ବନ୍ଦ ହୋଇ ରହିଥିବା ପାୟଲ ରେଷ୍ଟୁରାଣ୍ଟ ବାରଣ୍ଡାରେ ଏକ ହତ୍ୟାକାଣ୍ଡରେ ବାଦାମବାଡ଼ି ଶଙ୍କରପୁର ଅଞ୍ଚଳର ଅଶୋକ ବାରିକଙ୍କ ମୃତ ଦେହ ମିଳିଥିଲା।

ଏହି ହତ୍ୟାକାଣ୍ଡ ଉପରୁ କମିଶନରେଟ ପୋଲିସ ପରଦା ଉଠାଇଥିବା ବେଳେ ବାପାଙ୍କ ସମ୍ପତି ଵିକ୍ରୟକୁ ଅଶୋକ ଵିରୋଧ କରୁଥିବା ରୁ ଭାଇ ଭାଉଜ ଓ ପୁତୁରା ମିଶି ମଙ୍ଗଳବାର ବିଳମ୍ବିତ ରାତିରେ ହତ୍ୟା କରିଥିବା ଜଣାପଡିଛି। ହତ୍ୟାକାରୀ ଭାଇ ରମେଶ ବାରିକ୍, ଭାଉଜ ସରସ୍ୱତୀ ସ୍ୱ।ଇଁ ଓ ପୁତୁରା ସ୍ୱୟଂପ୍ରଭୁ ଶ୍ରୀଚରଣ ଙ୍କୁ ଆଜି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ଏଥିରେ ଅନ୍ୟ ଜଣେ ଭାଇ ସମ୍ପୃକ୍ତ ଥିବା ପୋଲିସ ଜାଣିପାରି ଥିବା ବେଳେ ତାଙ୍କୁ ଗିରଫ କରିବାକୁ ତନାଘନା ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *