ସଞ୍ଜିବନୀ ସେବା ସଂଗଠନ ପକ୍ଷରୁ “ଓଡ଼ିଆ ପକ୍ଷ” ପାଳନ ।

କଟକ ୦୮/୦୪/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା ) ସାମାଜିକ ଅନୁଷ୍ଠାନ ସଞ୍ଜିବନୀ ସେବା ସଂଗଠନ ପକ୍ଷରୁ “ଓଡ଼ିଆ ପକ୍ଷ” ପାଳନର ବର୍ଣ୍ଣବୋଧ ଓ ଶିଶୁ ଲେଖା ଉତ୍ସବ ଅବସରରେ ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କୁ ଭକ୍ତ କବି ମଧୁସୂଦନ ରାଓ ଙ୍କ ରଚିତ “ଛବିଳ ମଧୁ ବର୍ଣ୍ଣବୋଧ” ପୁସ୍ତକ ବଣ୍ଟନ କରାଯିବା ସହ  ଓଡ଼ିଆ ଲିଖନ ଓ ପଠନ ବୃଦ୍ଧି ପାଇଁ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଅନୁଷ୍ଠାନର ସମ୍ପାଦକ ଶିକ୍ଷାବିତ୍ ବିକ୍ରମ କେଶରୀ ନାଥ ସହ ସମ୍ପାଦକ ଜୟ ପ୍ରକାଶ ବେହେରା  ଅଙ୍ଗନବାଡି କର୍ମୀ ମିନର୍ଭା ସ୍ୱାଇଁ, ଅଭିଭାବକ ଅନୁଷ୍ଠାନର ସଦସ୍ୟ ଉପସ୍ଥିତରହି କାଯ୍ୟକ୍ରମ ପରିଚାଳନାରେ ସହଯୋଗ କାରିଥିଲେ ।

Leave a Reply

Your email address will not be published. Required fields are marked *