କଟକ ସଦର,୧୮/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳରେ ଅନେକ ସାମାଜିକ ସଂଗଠନ ଗଢ଼ି ଉଠିଥିବା ବେଳେ ଗତବର୍ଷ ଅକ୍ଟୋବର ମାସରେ ଆତ୍ମପ୍ରକାଶ କରିଥିବା ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ମାତ୍ର ଆଠ ମାସରେ ତା’ର ସେବା କାର୍ଯ୍ୟ ପାଇଁ ଲୋକମାନଙ୍କ ମଧ୍ୟରେ ଅଗ୍ରଣୀ , ଗ୍ରହଣୀୟ ହେବା ସହିତ ଆଦୃତି ଲାଭ କରିଚାଲିଛି।
ଲୋକମାନଙ୍କ ସମସ୍ୟା ସମାଧାନ,ଗରୀଵ ଅସହାୟ ମାନଙ୍କୁ ସହାୟତା ର ହାତ ଵଢାଇଵା,ଗରୀଵ ରୋଗୀଙ୍କୁ ଆର୍ଥିକ ସାହାଯ୍ୟ ଦେବା, ବିଭିନ୍ନ ପାରମ୍ପାରିକ ଯାତ୍ରା ଓ ମହୋତ୍ସବ ରେ ଲୋକମାନଙ୍କୁ ସେବା ଯୋଗାଇବାକୁ ୟୁନିୟନର ସଭାପତି ଜଣାଶୁଣା ସମାଜସେବୀ, ଶିକ୍ଷାବିତ ପ୍ରଫେସର
ମନୋଜ ନାୟକ (ଟୁଟନ) ଆଗେଇ ଆସି ନିରନ୍ତର କାର୍ଯ୍ୟକ୍ରମ ଜାରି ରଖିଥିବା ରୁ ଜନସାଧାରଣ ସଂଗଠନ ର ଏତାଦୃଶ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରୁଛନ୍ତି।
ସୂଚନାଯୋଗ୍ୟ ଯେ ଅନ୍ୟ ଏକ ଅଗ୍ରଣୀ ସଂଗଠନ ନିର୍ବାଚନ ପରଠାରୁ ଗୋଟିଏ ରାଜନୈତିକ ଦଳରେ ଲୀନ ହୋଇଯାଇ ତାର ଅସ୍ତିତ୍ବ ହରେଇ ବସିଥିବା ଅଭିଯୋଗ ହେଉଛି। ଆଗାମୀ ଦିନରେ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ତାର ସେବା କାର୍ଯ୍ୟକ୍ରମ କୁ ସୁଦୂର ପ୍ରସାରୀ କରିବାକୁ ଵ୍ୟାପକ ଯୋଜନା ପ୍ରସ୍ତୁତ କରିଥିବା ବରିଷ୍ଠ ସଦସ୍ୟ ପୂର୍ବତନ ସରପଂଚ ଅଭିମନ୍ୟୁ ସାହୁ ଓ ବିଜୟ ନାୟକ ସୂଚନା ଦେଇଛନ୍ତି।
