ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସଚେତନତା

ଜଗତସିଂହପୁର, ୦୯/୦୬/୨୦୨୬ (ଓଡ଼ିଶା ସମାଚାର)-ଜଗତସିଂହପୁର ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହେବା ସହ ବୁଥ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ପରିଗଣନା ଫର୍ମ ବଣ୍ଟନ କରୁଛନ୍ତି। ଏହି କ୍ରମରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସ୍ବତନ୍ତ୍ର ସେଲ୍ଫି ଜୋନ ଓ ମତଦାତା ସହାୟତା କେନ୍ଦ୍ର ର ଶୁଭାରମ୍ଭ ହୋଇଯାଇଛି।୧୦୨ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ରାୟ,୧୦୩ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ,୧୦୪ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଏହି ଜୋନ ରେ ସେଲ୍ଫି ଉଠାଇବା ସହ ମତଦାତା ମାନଙ୍କୁ ବି ଏଲ ଓ ଙ୍କ ଦ୍ଵାରା ପରିଗଣନା ଫର୍ମ ବଣ୍ଟନ ଓ ପୂରଣ ସଂପର୍କ ରେ ସଚେତନ କରିଥିଲେ।

ଏଥିସହିତ ସମସ୍ତଙ୍କୁ ଏସ ଆଇ ଆର ପ୍ରକ୍ରିୟା ରେ ସାମିଲ ହୋଇ ଏକ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସହାୟତା ପାଇଁ ସଚେତନ କରିଛନ୍ତି। ଡେପୁଟି କଲେକ୍ଟର ତଥା ସ୍ୱିପ ନୋଡାଲ ଅଧିକାରୀ ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ ଓ ଅନ୍ୟ ଅଧିକାରୀ ମାନେ କାର୍ଯ୍ୟଳୟ କୁ ଆସୁଥିବା ନାଗରିକ ମାନଙ୍କୁ ପରିଗଣନା ଫର୍ମ ପୂରଣ ବିଷୟରେ ଅବଗତ କରିଥିଲେ। ଅନଲାଇନ୍ ମାଧ୍ୟମ ରେ voters.eci.gov.in ରେ ସେମାନେ ନିଜର ପଞ୍ଜୀକରଣ କରିପାରିବେ ଓ କୌଣସି ଅସୁବିଧା ହେଲେ ଟୋଲ୍ ଫ୍ରି ନମ୍ବର ୧୯୫୦ ରେ କଲ କରିପାରିବେ ବୋଲି ସୂଚନା ଦେଇଥିଲେ।ଜୁନ୍ ୨୮ ଯାଏଁ ଏହି ପ୍ରକ୍ରିୟା ଚାଲିବ। ପୂରଣ ହୋଇଥିବା ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ ହେବ।  ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଧିକାରୀ, କର୍ମଚାରୀ, ଏଲ ଓ , ବି ଏଲ ଓ ସୁପରଭାଇଜର ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *