ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟକ ତଥା ଐତିହାସିକ ବାଲିଯାତ୍ରା ଉଦଘାଟିତ

କଟକ ସଦର ୦୫/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆଜି ବୁଧବାର କାର୍ତ୍ତିକ ପୂର୍ଣ୍ଣିମା ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ଏସିଆ ମହାଦେଶର ସର୍ବବୃହତ ବାଣିଜ୍ୟକ ତଥା କଟକ ର ଐତିହାସିକ ବାଲିଯାତ୍ରା।

ଏହା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୮ ଦିନ ପାଇଁ ଚାଲିବାକୁ ଥିବା ବେଳେ ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ବାରବାଟି-କଟକ ବିଧାୟିକା ସୋଫିଆ ଫିରଦୋସ ଙ୍କ ସମେତ ଇଣ୍ଡୋନେସିଆ ର ରାଷ୍ଟ୍ରଦୂତ ପ୍ରମୁଖ ଯୋଗ ଦେଇଥିଲେ। ଚଳିତ ବର୍ଷ କଟକ ର ପ୍ରସିଦ୍ଧ ଦହିବରା ହାଟ ବାଲିଯାତ୍ରା ରେ ବସିଥିବା ରୁ ଲୋକଙ୍କ ମଧ୍ୟରେ ବେସ୍ ଆନନ୍ଦ ପ୍ରକାଶ ପାଇଛି।

ହେଲେ ଉପର ପଡ଼ିଆରେ ଜିଲ୍ଲା ପ୍ରଶାସନ ଚଞ୍ଚକତା କରି ବାଲିଯାତ୍ରା କରାଇନଦେବା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏଥିପାଇଁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ସୁବାଷ ସଂଗଠନ ପକ୍ଷରୁ ଆଜି ସଂଧ୍ୟାରେ ବୋଇତ ତୋରଣ ନିକଟରେ ନିରଵ ପ୍ରତିବାଦ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *