କଲ୍ୟାଣପୁର ରଜ ମହୋତ୍ସବ ଉଦଯାପିତ 

ମାହାଙ୍ଗା, ୧୮/୦୬/୨୦୨୫ ( ଓଡିଶା ସମାଚାର /ଅଭୟ ଜେନା )- ଗଣପର୍ବ ରଜ ଯାହାକି ଗାଁ’ ଠାରୁ ସହର ପର୍ଯ୍ୟନ୍ତ ସବୁଠି ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଥାଏ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ହରିଗୋସ୍ୱାମୀ ସାଂସ୍କୃତିକ କ୍ଲବ କଲ୍ୟାଣପୁର ପକ୍ଷରୁ ଚଳିତ ବର୍ଷ ୪ ଦିନ ବ୍ୟାପୀ ଆୟୋଜିତ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି ।  କୁଆରୀ ଝିଅମାନେ ସଜବାଜ ହୋଇ ନୂଆନୂଆ ପୋଷାକ ସାଙ୍ଗକୁ ରଙ୍ଗ ଅଳତା ପିନ୍ଧି ପୋଡପିଠା ସାଙ୍ଗକୁ,ରଜ ପାନଖାଇ ଗାଁ’ରେ ଦୋଳି ଖେଳିବାକୁ ଭିଡ଼ ଜମେଇବା ଦେଖିବାକୁ ମିଳିଥିଲା । ଏହି ଅବସରରେ ହରିଗୋସ୍ୱାମୀ ସାଂସ୍କୃତିକ କ୍ଲବ ପକ୍ଷରୁ ଗାଁ’ର କୁନିକୁନି ଝିଅ ଏବଂ କିଶୋରୀ ବାଳିକା ମାନଙ୍କୁ ନେଇ ନୃତ୍ୟ, ସଂଗୀତ ଓ ଅଭିନୟ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଉଦଯାପନୀ ଉତ୍ସବରେ କୁଣ୍ଡି ସେବା ସମବାୟ ସମିତିର ସଭାପତି ତଥା ସାହିତ୍ୟିକ ଅଖିଳେଶ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।   ରଜ ମହୋତ୍ସବ ଆୟୋଜନ କରି ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାରେ କଲ୍ୟାଣପୁର ଗାଁ’ର ଯୁବକ ମାନଙ୍କ ପ୍ରୟାସକୁ ଶ୍ରୀ ମହାନ୍ତି ପ୍ରଶଂସା କରିଥିଲେ । ମୁଖ୍ୟ ଅତିଥି ଭାବେ କ୍ଲବର ସଭାପତି ସୁଧୀର କୁମାର ମହାନ୍ତି ଯୋଗଦେଇ ରଜ ଆମ ସଂସ୍କୃତିର ଅନନ୍ୟ ପାର୍ବଣ ବୋଲି କହିଥିଲେ ।  ଅତିଥିଭାବେ କଳା ଓ ସଂସ୍କୃତି ପ୍ରେମୀ ବିଭୁତି ଭୂଷଣ ଦାସ ଯୋଗଦେଇଥିଲେ ।

ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।  କାର୍ଯ୍ୟକ୍ରମକୁ ପ୍ରମୋଦ ମହାନ୍ତି, ପ୍ରତାପ ମହାନ୍ତି,ସଚିତ୍ର ମହାନ୍ତି,ବିଶ୍ୱରଂଜନ ମହାନ୍ତି, ଅକ୍ଷୟ ମହାନ୍ତି, କାଙ୍ଗୁ ସାମଲ, ଦୀପକ ରଞ୍ଜନ ଦାସ,ନୀତିଶ ସାମଲ,ହିମାଂଶୁ ପରିଡା, ସଂଗ୍ରାମ ପୃଷ୍ଟି,ସୌମ୍ୟରଞ୍ଜନ ମହାନ୍ତି, ନିରଞ୍ଜନ ସାମଲ, ପ୍ରଭାତ ମହାନ୍ତି, ଆୟୁଷ ମହାନ୍ତି, ବିଭୁତି ମହାନ୍ତି, ହରିପଦ ମହାନ୍ତି, ସୌମ୍ୟ ରଞ୍ଜନ ସାମଲ, ପ୍ରକାଶ ଖୁଣ୍ଟିଆ, ରାକେଶ ମହାନ୍ତି, ସୌମ୍ୟ ରଞ୍ଜନ ସାମଲ,ତପନ ମହାନ୍ତି, ହରେକୃଷ୍ଣ ମହାନ୍ତି,ପ୍ରିୟାଂଶୁ ମହାନ୍ତି, ସତ୍ୟ ରଞ୍ଜନ ସାମଲ,ଅଭିଜିତ ମହାନ୍ତି, ଶୁଭ୍ରାଂଶୁ ମହାନ୍ତି ଏବଂ ନୀତିଶ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *