ଜଗତସିଂହପୁର,୧୮/୦୬/୨୦୨୫ (ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକ୍ ରେ ଭିନ୍ନ ଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଏରସମା ଉଚ୍ଚବିଦ୍ୟାଳୟ ,ଆମ୍ବଶାଳ ଉଚ୍ଚବିଦ୍ୟାଳୟ , ପି.ସି.ଭି.ଏମ୍ ରଘୁନାଥପୁର, ଜଗତସିଂହପୁର ବାଳିକା ଉଚ୍ଚବିଦ୍ୟାଳୟ, ଅନଖିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ନାଉଗାଁ ହାଟ ଉଚ୍ଚବିଦ୍ୟାଳୟ, ପଙ୍କପାଳ ଉଚ୍ଚବିଦ୍ୟାଳୟ, ଆଖଣ୍ଡଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ନିକଟବର୍ତ୍ତୀ ନାଉଶିରା ଠାରେ ଜିଲ୍ଲା ଅବକାରୀ ବିଭାଗ ଏବଂ ଜିଲ୍ଲା ଗଣଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ବ୍ଲକ୍ ସ୍ତରୀୟ ବକ୍ତୃତା ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ନିଶା ର ଦୁର୍ବ୍ୟବହାର ବା ଅପକରିତା କୁ ପ୍ରବନ୍ଧ ଓ ବକ୍ତୃତା ମାଧ୍ୟମରେ ପରିପ୍ରକାଶ କରିଥିଲେ। ଏଥିସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରାଯାଇ ,ସେମାନଙ୍କୁ ନିଶାର ଅପକାରିତା ସମ୍ପର୍କରେ ସଚେତନ କରାଯାଇଥିଲା।
