କେନ୍ଦ୍ରାପଡା କଲେଜ ପୁରାତନ ଛାତ୍ରସଂସଦ ପ୍ରତିନିଧିଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, ୧୮/୦୬/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ନବନିର୍ବାଚିତ କର୍ମକର୍ତାଙ୍କ ଏକ ପ୍ରତିନିଧି ମଣ୍ଡଳୀ ବୁଧବାର ଜିଲା ପ୍ରଦକ୍ଷଣ ଭବନରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି କଲେଜ ଜମିର ସୁରକ୍ଷା ତଥା କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ମନ୍ତ୍ରୀ ଶ୍ରୀ ସୂରଜ ଏଥିରେ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ପ୍ରଥମେ ଏହି କଲେଜକୁ ସରକାରୀ ଶିକ୍ଷାନୁଷ୍ଠାନରେ ପରିଣତ କରିବେ ବୋଲି ଆଲୋଚନା ସମୟରେ ପ୍ରକାଶ କରିଥିଲେ । ଛାତ୍ର ସଂସଦର ସଭାପତି ପ୍ରାଧ୍ୟାପକ ଦୁର୍ଯେ୍ୟାଧନ ପରିଡାଙ୍କ ପରାମର୍ଶ କ୍ରମେ ସମ୍ପାଦକ ଡ. ପ୍ରମୋଦ କୁମାର ଦାସ ଓ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରିଣୀ ସଭ୍ୟ ଚିତରଞ୍ଜନ ଦାସ ଏହି ପ୍ରତିନିଧି ମଣ୍ଡଳୀରେ ଯାଇ ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ଭେଟିଥିଲେ ।

Leave a Reply

Your email address will not be published. Required fields are marked *