୧୮ତମ ବନାଞ୍ଚଳ ଅଧିକାରୀ ପ୍ରଶିକ୍ଷାର୍ଥଙ୍କ ଦୀକ୍ଷାନ୍ତ ସମାରୋହ

କଠିନ ପରିଶ୍ରମ ମଣିଷ କୁ ଶୀର୍ଷ ସ୍ଥାନରେ ପହଞ୍ଚାଏ

ଭୁବନେଶ୍ୱର, ୦୭/୧୨/୨୦୨୩ (ଓଡ଼ିଶା ସମାଚାର)-ଯେ କୌଣସି କାର୍ଯ୍ୟରେ ନିଜର ଆନ୍ତରିକତା ରହିବା ସହ ସମୟାନୁବର୍ତିତା ପ୍ରତି ଧ୍ୟାନ ଦେବା ଆବଶ୍ୟକ । କଠିନ ପରିଶ୍ରମ ମଣିଷ କୁ ଶୀର୍ଷ ସ୍ଥାନରେ ପହଞ୍ଚାଏ। ନିଜ ବୃତ୍ତିରେ ସଚ୍ଚୋଟତା ପ୍ରଦର୍ଶନ ଦେଖାଇ ଅନ୍ୟମାନଙ୍କୁ ସେଥିରେ ଅନୁପ୍ରାଣିତ କଲେ ସମାଜର ଉନ୍ନତି ହେବା ସମ୍ଭବ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅନୁଗୋଳରେ ପ୍ରଶିକ୍ଷଣ ନେଉଥିବା ୧୮ତମ ବନାଞ୍ଚଳ ଅଧିକାରୀ ପ୍ରଶିକ୍ଷାର୍ଥଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନ ବନ ସଂରକ୍ଷକ ଆଇଏଫ୍ଏସ ଦେବୀଦତ୍ତ ବିଶ୍ଵାଳ ମତବ୍ୟକ୍ତ କରିଥିଲେ। ଆଇଏଫ୍ଏସ, ସି ସି ଏଫ୍ ଡ ଅକ୍ଷୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓଏଫ୍ଆରସି ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା ଓ ଆଠମଲ୍ଲିକ ଡିଏଫ୍ଓ ଆଇଏଫ୍ଏସ ଜ୍ୟୋତି କଟାଲ ପ୍ରମୁଖ ଉପସ୍ଥିତ ରହି ପାସ ହୋଇ ଯାଇଥିବା ୧୮ ତମ ବନାଞ୍ଚଳ ଅଧିକାରୀ ପ୍ରଶିକ୍ଷାର୍ଥ ମାନଙ୍କୁ ମାର୍ଗ ଦର୍ଶନ କରାଇବା ସହିତ ଶୁଭକାମନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ଡିସିଏଫ୍ ଅମୂଲ୍ୟ କୁମାର ପରିଡ଼ା ପରିଚାଳନା କରିଥିବାବେଳେ ଡିସିଏଫ୍ କଳ୍ପନାମୟୀ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ଚମ୍ପୁଆ ଟ୍ରେନିଂ ସ୍କୁଲ ର ପିଟିଆଇ ଅସିତ୍ କୁମାର ଗିରି ଅତିଥିମାନଙ୍କ ଦ୍ଵାରା ସମ୍ମାନୀତ ହୋଇଥିଲେ। ୧୮ ତମ ବନାଞ୍ଚଳ ଅଧିକାରୀ ପ୍ରଶିକ୍ଷାର୍ଥ ମାନେ ପ୍ୟାରେଡ କରିବା ସହିତ ନିଜ ନିଜର ପ୍ରମାଣପତ୍ର ଓ ପଦକ ଗ୍ରହଣ କରିଥିଲେ। ପ୍ରଶିକ୍ଷାର୍ଥଙ୍କ ପରିବାର ଲୋକମାନେ ସେମାନଙ୍କୁ ଷ୍ଟାର ପିନ୍ଧାଇବା ଦୃଶ୍ୟ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଥିଲା। ଅନୁଷ୍ଠାନର ପ୍ରଶିକ୍ଷକ, ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନେ ଏହାକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷାର୍ଥଙ୍କ ପରିବାରବର୍ଗ, ବହୁ ଭଦ୍ର ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *