ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦ ପୀଠ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ କଟକ ସାଂସଦ ଓ ଦୁଇ ବିଧାୟକ

ନିଶ୍ଚିନ୍ତକୋଇଲି,୦୯/୦୬/୨୦୨୬(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ ନେମାଳ ମହାପୁରୁଷ ଅଚୁ୍ୟତାନନ୍ଦ ପଦ୍ମବନ ପୀଠକୁ କଟକ ସାଂସଦ  ଭର୍ତୃହରି ମହତାବ, କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ମାହାଙ୍ଗା ବିଧାୟକ ଶ୍ରୀଯୁକ୍ତ ଶାରଦାପ୍ରସାଦ ପ୍ରଧାନ ପରିଦର୍ଶନ କରିଛନ୍ତି । ମହାପୁରୁଷଙ୍କୁ ଦର୍ଶନ ଓ ପୂଜା କରିବା ପରେ ପୀଠର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୩୩କୋଟି ଟଙ୍କା ଅନୁଦାନର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର କେତେଦୂର ଅଗ୍ରଗତି ହୋଇଛି ସେ ନେଇ ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ସାଂସଦ ଓ ଦୁଇ ବିଧାୟକଙ୍କ ପରିଦର୍ଶନ ସମୟରେ କଟକ ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଶିବୁରାମ ସ୍ୱାଇଁ,ଅଭୟ କୁମାର ପଢିହାରୀ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ପ୍ରଶାସନିକ ଅଧିକାରୀ ଙ୍କ ସହିତ ପୀଠ ସେବାୟତ,ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଅଚୁ୍ୟତ ପ୍ରେମୀ ଶ୍ରଦ୍ଧାଳୁ,ଗଣମାଧ୍ୟମ ପ୍ରତିନିଧି,ପୂର୍ବତନ ଜିଲାପରିଷଦ ସଭ୍ୟ ଧରଣୀଧର ନାୟକ,ସଂଗଠକ ସୁବାଷ ଦାସ, ଶଶିକାନ୍ତ ମହାନ୍ତି,ନାରୀନେତ୍ରୀ କଳ୍ପନା ଲେଙ୍କାଙ୍କ ସମେତ ସାଂସଦ ଓ ଦୁଇ ବିଧାୟକଙ୍କ ସମର୍ଥକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *