ଭୁବନେଶ୍ୱର,୧୬/୦୬/୨୦୨୫ (ଓଡ଼ିଶା ସମାଚାର)- ଗଜପତି ମହାରାଜାଙ୍କ ଭାତୃ ବିୟୋଗ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ରବିବାର ରାତିରେ ପୁରୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ବର୍ଷ ହେବ ମାମୁଁଘର ନୀଳଗିରିରେ ରହି ଆସୁଥିଲେ । ରାଜକୀୟ ପରମ୍ପରା ଅନୁଯାୟୀ ରଣାର୍ଣ୍ଣବଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ପୁରୀ , ନୀଳଗିରି ସମେତ ସମଗ୍ର ରାଜ୍ୟରେ ଶୋକ ପ୍ରକାଶ ପାଇଛି।
ଗଜପତି ମହାରାଜାଙ୍କ ଭାତୃ ବିୟୋଗ
