ଜଗତସିଂହପୁର,୨୬/୧୦/୨୦୨୪ (ଓଡ଼ିଶା ସମାଚାର)- ବାତ୍ୟା ଦାନା ର ପରବର୍ତ୍ତୀ ପ୍ରଭାବ ରେ ଜଗତସିଂହପୁର ଜିଲ୍ଲା ରେ ପନିପରିବା ବିଶେଷ କରି ଆଳୁ ଓ ପିଆଜ ଦର ବୃଦ୍ଧି ଆଶଙ୍କା ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଯୋଗାଣ ବିଭାଗ ଏବଂ ଜିଲ୍ଲା ବୈଧ ଓଜନ ଓ ମାପ ବିଭାଗ ର ମିଳିତ ସହଯୋଗ ରେ
ଜଗତସିଂହପୁର ପୌର ପରିଷଦ ଓ ରଘୁନାଥ ପୁର ବ୍ଲକ୍ ର ବିଭିନ୍ନ ହୋଲସେଲର ତଥା ଖୁଚୁରା ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରା ଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର ଙ୍କ ତତ୍ତ୍ଵାବଧାନରେ ରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ର, ଯୋଗାଣ ନିରୀକ୍ଷକ ଶ୍ରୀ ବାବୁଲାଲ ବାରିକି, ବିପ୍ପଣୀ ଗୁପ୍ତ ବାର୍ତ୍ତା ନିରୀକ୍ଷକ ପ୍ରିୟମ୍ବଦା ଦାସ , ଜିଲ୍ଲା ବୈଧ ଓଜନ ଓ ମାପ ବିଭାଗ ର ରଞ୍ଜନ କୁମାର ଜେନା,
ସୁଧୀର କୁମାର ଦାସ ମିଳିତ ଭାବେ ଜଗତସିଂହପୁର ସୋମନାଥ ହାଟ ରେ ଖୁଚୁରା ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରିଥିଲେ। ଅନେକ ଦୋକାନ ସମ୍ମୁଖରେ ଦର ତାଲିକା ଲଗାଯାଇ ନ ଥିବାରୁ ଦର ତାଲିକା ଲଗାଇବା ପାଇଁ ତାଗିଦ୍ କରା ଯାଇଥିଲା। ଏତଦ୍ ବ୍ୟତୀତ ରଘନାଥପୁର ବ୍ଲକ୍ ରେ ଆଳୁ ଓ ପିଆଜ ହୋଲସେଲର ସୌମ୍ୟ ଟ୍ରେଡର୍ସ ଗୋଦାମ ଉପରେ ଚଢାଉ କରାଯାଇ ମୋଟ ଟ ୮୦୦୦/- ଜୋରିମାନା ଆଦାୟ କରାଯାଇଥିଲା।
ଯୋଗାଣ ବିଭାଗ ପକ୍ଷରୁ ଚଢାଉ
