ଦୁର୍ଘଟଣାରେ ମୃତ  ରାଜସ୍ବ ନୀରିକ୍ଷକଙ୍କ ପାଇଁ  କମାଗୁରୁ  ଜୁନିୟର କଲେଜରେ ଶୋକ

ନିରାକାରପୁର,୧୯/୦୩/୨୦୨୪ (ଓଡ଼ିଶା ସମାଚାର)-ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ନିରାକାରପୁର ରାଜସ୍ବ ନୀରିକ୍ଷକ ପ୍ରଶାନ୍ତ କୁମାର ଷଢଙ୍ଗୀ ଙ୍କ ଉଦ୍ଦେଶ୍ୟରେ  କମାଗୁରୁ  ଜୁନିୟର କଲେଜରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଏକ ମିନିଟ ନୀରବ ପ୍ରାର୍ଥନା କରି  ଶୋକ ବ୍ୟକ୍ତ କରିଥିଲେ। ସୂଚନା ଯୋଗ୍ୟ କି ସୋମବାର ରାତିରେ   ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟ ୧୬ ନଂ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣାର ନିରାକାରପୁର ରାଜସ୍ବ ନୀରିକ୍ଷକ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ମୃତ୍ୟୁ ବରଣ କରିଛନ୍ତି। ସେ ରାତି ୧୦ ଟା ବେଳେ ଖୋର୍ଦ୍ଧାରୁ ନିଜର ନିର୍ବାଚନ ପ୍ରଶିକ୍ଷଣ   କାର୍ଯ୍ୟ ଶେଷ କରି ନିଜ ଘର ନାଚୁଣୀ କୁ ଯାଉଥିବାବେଳେ ଏକ ଗାଡି ତାଙ୍କୁ ବଡ଼ପୋଖରିଆ ନିକଟରେ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ରାତି ୧୧ ଟା ବେଳେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ମର ଶରୀରକୁ ପୁରୀ ନିଆ ଯାଇ ସ୍ବର୍ଗ ଦ୍ବାର ରେ ଶେଷ କୃତ୍ୟ ସଂପନ୍ନ କରାଯାଇଛି। ସେ କମାଗୁରୁ କଲେଜ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦାରଖ କରିବା ପାଇଁ ଆସୁଥିବାବେଳେ ଅଳ୍ପ ଦିନରେ ସମସ୍ତଙ୍କ ପ୍ରିତଭାଜନ ହୋଇ ପାରିଥିଲେ। ଆଜିର ନୀରବ ପ୍ରାର୍ଥନା ରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି ଓ ଅଧ୍ୟାପିକା ଡ ରେଣୁବାଳା ସାମନ୍ତରାୟ ଙ୍କ ସମେତ ଛାତ୍ରଛାତ୍ରୀ ,ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ  ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *