ଯାଜପୁର ୨୨/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ମ୍ୟୁନିସପାଲ୍ ହାଇସ୍କୁଲ ପରିସରରେ ଆଇନ୍ ସଚେତନତା ସଭା ପ୍ରାଧିକରଣ ସଚୀବ ଶ୍ରୀମତୀ ଲିପା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ପ୍ରାରମ୍ଭରେ ସୂଚନା ସହିତ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର କାର୍ଯ୍ୟ ପରିସର ବିଷୟରେ ସଚୀବ ଜଣାଇବା ପରେ ଅତିଥି ଆଲୋଚକ ଭାବେ ଯାଜପୁର ଏସ୍ ଡି ପି ଓ ପ୍ରଶାନ୍ତ କୁମାର ମାଝି ପ୍ରାକ୍ତନ ପ୍ରାଧିକରଣ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ ରୁଦ୍ରନାରାୟଣ ପୃଷ୍ଟି ଓ ତପନ କୁମାର ପାତ୍ର ପିଓଆଇସି ପ୍ରମୁଖ ଯୋଗଦେଇ କିଶୋର ନ୍ୟାୟ ୨୦୧୫,ଯତ୍ନ ଓ ସୁରକ୍ଷା ଲୋଡୁ ଥିବା ଶିଶୁ, ଶିଶୁ ଅଧିକାର, ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ସହିତ ଯୌତୁକ ଜନିତ ସାମାଜିକ ପାରିବାରିକ ସମସ୍ୟା କୁ ନେଇ ପାଠ୍ୟ ଖସଡା ଓ ବିଉିନ୍ନ ସ୍ତରରେ ସଚେତନତା ଜାଗରଣ ଷ୍ଟେଟ୍ ୟୁପି ବନାମ ଅଜମଲ୍ ବେଗ୍ ଅପରାଧୀ କ ମାମଲା ୨୦୧୭ ମସିହା ଅପିଲ ସଂଖ୍ୟା ୧୩୨ ଓ ୧୩୩ କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ଉଲ୍ଲେଖନୀୟ ରାୟ ବିଷୟ ରେ ବିସ୍ତୃତ ଆଲୋଚନା କରିଥିଲେ। ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସେଠୀ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରାଧିକରଣ କର୍ମଚାରୀ ଓ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷାକର୍ମୀମାନେ ସହଯୋଗ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
