ନିମାପଡ଼ା ରେ ରଜ ଉତ୍ସବ

ନିମାପଡ଼ା,୧୬/୦୬/୨୦୨୫ (ଓଡ଼ିଶା ସମାଚାର)- ଓଡ଼ିଶାର ଗଣପର୍ବ ରଜ ଉତ୍ସବ ପାଇଁ ସମଗ୍ର ନିମାପଡ଼ା ଉତ୍ସବମୁଖର ହୋଇପଡିଛି। ନିମାପଡ଼ାର ଅଗ୍ରଣୀ ଯୁବ ଅନୁଷ୍ଠାନ ନୟା ସବେରା ୟୁଥ ଟ୍ରଷ୍ଟ ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ଆୟୋଜନରେ ପାଳିତ ହେଉଛି ରଜ ମହୋତ୍ସବ ୨୦୨୫। ସ୍ଥାନୀୟ ମୁକ୍ତାକାଶ ମଞ୍ଚରେ ଦୀର୍ଘ ୩ଦିନ ଧରି ପାଳିତ ହେଉଥିବା ମହୋତ୍ସବକୁ ଶନିବାର ଦିନ ସାଂସଦ ବିଭୂପ୍ରସାଦ ତରାଇ ଓ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ୨ୟ ଦିବସରେ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ଏମପି ପ୍ରତିନିଧି ମିନଲତା ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ।

ସମାଜର ବ୍ୟସ୍ତବହୁଳତା ଭିତରେ ନୟା ସବେରା ୟୁଥ ଟ୍ରଷ୍ଟର ଏଭଳି ଆୟୋଜନ କୁ ସମସ୍ତେ ପ୍ରଶଂସା କରିଥିଲେ। ନିମାପଡ଼ା ମାଟି କଳା ସଂସ୍କୃତିର ମାଟି। ବର୍ଷକ ବାରମାସରେ ତେର ପର୍ବ ଏଠି ପାଳନ ହୁଏ। ପ୍ରଥମଥର ପାଇଁ ରଜ ଉତ୍ସବ ଆୟୋଜନ କରି ନୟା ସବେରା ଅନୁଷ୍ଠାନ ଏକ ଉଦାହରଣ ସୃଷ୍ଟି କରିଛି ବୋଲି ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ କହିଥିଲେ। ଏହି ଅବସରରେ ଛୋଟଛୋଟ ପିଲାମାନଙ୍କ ଦ୍ୱାରା ଏକକ ଅଭିନୟ, ପୁଚି, ହୁଳହୁଳି,ଶଙ୍ଖ ବାଦ୍ୟ, ମ୍ୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

୭୦ଜଣରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ନିମାପଡ଼ା ଥାନା ଆଇଆଇସି ବାମଦେବ ସ୍ୱାଇଁ, ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ, ସମାଜସେବୀ ମହେନ୍ଦ୍ର ସିଂ ଭାଟିଆ, ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଯୁଗ୍ମ ସଚିବ ସଂଗ୍ରାମ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ନିର୍ମଳ ପରିଜା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପଦେଷ୍ଟା ପ୍ରତାପ ସାବୁତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭ୍ୟ ଜୀବନଜ୍ୟୋତି ଶତପଥି, ନିର୍ମଳ ମିଶ୍ର, ବିଚିତ୍ରାନନ୍ଦ ପାତ୍ର, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ସୁଲଗ୍ନା ସାହୁ, ଶ୍ରଦ୍ଧାଞ୍ଜଳି ଓଝା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *