ଭଞ୍ଜନଗର,୧୬/୦୬/୨୦୨୫ (ଓଡ଼ିଶା ସମାଚାର)- ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ଜଗନ୍ନାଥପ୍ରସାଦ ରେଞ୍ଜ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଛି। ଏଥିରେ ରେଞ୍ଜ କାର୍ଯ୍ୟାଳୟରେ ଶୋଇଥିବା ଗୋଟିଏ କୁକୁରର ମୃତ୍ୟୁ ଘଟିଛି। ଏଥିସହ ଗୋଦାମ ଗୃହର କବାଟ ଭାଙ୍ଗିଯାଇଛି।
ଏଥିସହ କେତେକ ସାଇକେଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ନିକଟରେ ଶୋଇଥିବା କର୍ମଚାରୀମାନେ ସୁରକ୍ଷିତ ଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବିଭାଗୀୟ କର୍ମଚାରୀମାନେ ଆତଙ୍କିତ ହୋଇପଡ଼ିବା ସହ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। କିଏ କେଉଁ କାରଣରୁ ବୋମାମାଡ଼ କଲା ତାହାର ସଠିକ କାରଣ ଜଣାପଡ଼ିନାହିଁ।
