ଡାକ୍ତରଙ୍କୁ ମାଓବାଦୀଙ୍କ ଅପହରଣ

ମାଲକାନଗିରି,୦୨//୨୦୨୪ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲା କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଶନିବାର ବିଳମ୍ବିତ ରାତିରେ ମାଓବାଦୀ ଅପହରଣ କରିନେଇଥିବା ଜଣାପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ। ସମ୍ପର୍କରେ ମାଓବାଦୀମାନେ ସରକାରୀ କାର୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିଳିଛି। ସରକାରୀ କ୍ୱାର୍ଟର ଭିତରେ ଡାକ୍ତରଙ୍କ ମୋବାଇଲ ଘର ବାହାରେ ବାଇକ୍ରହିଥିବାର ଦେଖିବାକୁ ମିଳିଛି

ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କର ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବା ଅନୁମାନ କରାଯାଉଛି। ଏସ୍ଡିପିଓ ସଚିନ ପଟେଲ ଘଟଣାର ତଦନ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *