ଭୁବନେଶ୍ୱର,୧୫/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ସାମାଜିକ୍ ଗଣମାଧ୍ୟମ ଏକ୍ସ ରେ ଲେଖିଛନ୍ତି :
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ତମାମ ପ୍ରଚେଷ୍ଟା ତଥା ପ୍ରାର୍ଥନା ସତ୍ତ୍ୱେ ଆମେ ଛାତ୍ରୀଜଣଙ୍କୁ ହରାଇଲୁ । ଇତି ମଧ୍ୟରେ ଦୋଷୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତିରେ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ଘଟଣା ଆଗକୁ ନ ଘଟିବ ସେଥିପ୍ରତି ଆମେ ଯତ୍ନଶୀଳ ଅଛୁ । ସବୁ ପରେ ବି ଯାହା ଘଟିଛି ତାହା ଘଟିବାର ନଥିଲା । ଏଭଳି ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦର ଅଭାବ ମୋ ନିକଟରେ । ପରିବାରବର୍ଗଙ୍କୁ ପ୍ରଭୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।
